22.1 C
Bhubaneswar
Monday, December 15, 2025
Homeଦେଶ ବିଦେଶବୈଜୟନ୍ତଙ୍କୁ ହିମନ୍ତଙ୍କ ଅଭିନନ୍ଦନ

ବୈଜୟନ୍ତଙ୍କୁ ହିମନ୍ତଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ୱ ପାଇଁ ବଧାଇ ଜଣାଇଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୈଜୟନ୍ତଙ୍କ ନେତୃତ୍ୱରେ ଲଗାତାର ୩ୟ ଥର ପାଇଁ ରାଜ୍ୟରେ ବିଜୟୀ ହେବୁ । ସହପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜାର୍ଦୋଶ ଓ ସୁନୀଲ କୁମାର ଶର୍ମାଙ୍କୁ ବଧାଇ । ସମସ୍ତଙ୍କୁ ମୋର ଶୁଭେଚ୍ଛା, ବିକଶିତ ଆସାମର ଦୃଷ୍ଟିକୋଣକୁ ବାସ୍ତବ କରିବା । ସୂଚନାଯୋଗ୍ୟ, ଆଜି ଆସାମ ଓ ତାମିଲନାଡୁ ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି କେନ୍ଦ୍ରାପଡାର ସାଂସଦ ବୈଜୟନ୍ତ ପଣ୍ଡା । ସେହିପରି ପୀୟୁଷ ଗୋଏଲ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ଆସାମରେ ବିଜେପି ସରକାରକୁ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା । ସେ ସଫଳତାର ସହିତ ବିଜେପି ସରକାର ଆଣିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ଦଳ ପକ୍ଷରୁ ଆଉ ଥରେ ତାଙ୍କୁ ଭରସା କରି ଆସାମ ଦାୟିତ୍ୱ ଦେଇଛି । ବୈଜୟନ୍ତ ପଣ୍ଡାଙ୍କ ସହିତ ୨ ଜଣ କୋ- ଇନଚାର୍ଜ ମଧ୍ୟ ରହିଛନ୍ତି । ସୁନୀଲ ଶର୍ମା ଯିଏକି ,ଜମ୍ମୁ- କଶ୍ମୀର ବିଧାୟକ, ଆନ୍ୟ ଜଣେ ଦର୍ଶନ ଯାଦୋଶ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking