26.1 C
Bhubaneswar
Monday, March 23, 2026
Homeଦେଶ ବିଦେଶହିମନ୍ତ ସରକାରଙ୍କ ବଡ଼ ଘୋଷଣା..ସରକାରୀ କର୍ମଚାରୀ‌ଙ୍କ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା

ହିମନ୍ତ ସରକାରଙ୍କ ବଡ଼ ଘୋଷଣା..ସରକାରୀ କର୍ମଚାରୀ‌ଙ୍କ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା

ଆସାମ : ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ର୍ଶମା ରାଜ୍ୟର ସରକାରୀ କର୍ମଚାରୀ‌ଙ୍କ ପାଇଁ ଏକ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ବୃଦ୍ଧ ପିତାମାତା କିମ୍ବା ଶାଶୁ ଶ୍ବଶୁରଙ୍କ ସେବା ପାଇଁ ସରକାର ଦୁଇ ଦିନିଆ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ବ୍ୟକ୍ତିଗତ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଯେଉଁ କର୍ମଚାରୀମାନଙ୍କର ବୃଦ୍ଧ ପିତାମାତା କିମ୍ବା ଶାଶୁ ଶ୍ବଶୁର ନାହାନ୍ତି ସେମାନେ ଏହି ଛୁଟି ପାଇବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ ସି ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ସିଏମଓ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ସରକାର ଏହି ଛୁଟିଦିନକୁ ନଭେମ୍ବର ୬ରୁ ୮ ପର୍ଯ୍ୟନ୍ତ ରାଜ୍ୟ ସରକାର କର୍ମଚାରୀଙ୍କୁ ସେମାନଙ୍କ ପିତାମାତା କିମ୍ବା ଶାଶୁ ଶ୍ବଶୁରଙ୍କ ସହ ବିତାଇବାକୁ ଘୋଷଣା କରିଛନ୍ତି। ଏହି ଛୁଟିଦିନରେ କର୍ମଚାରୀମାନେ ସେମାନଙ୍କ ବୃଦ୍ଧ ପିତାମାତା କିମ୍ବା ଶାଶୁ ଶ୍ବଶୁରମାନଙ୍କୁ ସମ୍ମାନ ଏବଂ ଯତ୍ନ ନେବାରେ ବିତାଇବେ ବୋଲି ସରକାର କହିଛନ୍ତି। ସିଏମଓ କହିଛି ୭ ନଭେମ୍ବରରେ ଛଟ୍ ପୂଜା ୯ ରେ ଦ୍ୱିତୀୟ ଶନିବାର ଛୁଟି ଏବଂ ୧୦ ନଭେମ୍ବରରେ ରବିବାର ଛୁଟି ଅଛି। ଫଳରେ ଚଳିତ ବର୍ଷ ଛଟ୍‌ ସହିତ ଏହି ନୂଆ ଘୋଷଣା ସହିତ କର୍ମଚାରୀମାନେ ୫ଦିନ ଛୁଟି ପାଇବେ। କୁହାଯାଇଛି ଯେ ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହାକୁ ପର୍ଯ୍ୟାୟକ୍ରମେ ନେଇପାରିବେ।

ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ଅନେକ ଲୋକ ନିଜ ପିତାମାତାଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଉ ନାହାନ୍ତି। ଏଭଳି ପରିସ୍ଥିତିରେ ଦୁଇଟି ସ୍ୱତନ୍ତ୍ର କାଜୁଆଲ୍ ଲିଭ୍ ଦିଆଯାଉଛି ଯାହା ପିତାମାତା କିମ୍ବା ଶାଶୁ ଶ୍ବଶୁରଙ୍କ ଯତ୍ନ ନେବା ପାଇଁ ବ୍ୟବହୃତ ହେବ। ଏହା ଯୋଗୁ ପିତାମାତା କିମ୍ବା ଶାଶୁ ଶ୍ବଶୁରଙ୍କ ଦ୍ବାରା ଯେଉଁ ଅଭିଯୋଗ ହେଉଛି ଯେ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କୁ ସମୟ ଦେଉ ନାହାନ୍ତି ତାହାର ସମାଧାନ ହେବ। ସେ କହିଛନ୍ତି ବୟସ୍କମାନଙ୍କର ସମ୍ମାନର ପ୍ରତୀକ ଭାବରେ ଏହି ଛୁଟିଦିନ ପ୍ରଦାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking