21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବର୍ଷାରେ ବେହାଲ ହିମାଚଳପ୍ରଦେଶ: ୪୦୦ କୋଟି ଟଙ୍କାର କ୍ଷୟକ୍ଷତି

ବର୍ଷାରେ ବେହାଲ ହିମାଚଳପ୍ରଦେଶ: ୪୦୦ କୋଟି ଟଙ୍କାର କ୍ଷୟକ୍ଷତି

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ  ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ  ଚାରିଆଡେ ପାଣି ପାଣି ।  ରାଜ୍ୟ ପରିଚାଳନା କର୍ତ୍ତୁପକ୍ଷଙ୍କ କହିବା ଅନୁଯାୟୀ  ପ୍ରକୃତିର କରାଳ କୋପରେ ମଣ୍ଡି ଜିଲ୍ଲାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି ।  ଏହା ସହ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି  ନଷ୍ଟ ହୋଇଛି ।  ଏଭଳି ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ  ଏନଡିଆରଏଫ , ଏସଡିଆରଏଫ ଟିମ ନିୟୋଜିତ ଅଛନ୍ତି । ଜୁଲାଇ ୭ ଯାଏ ପ୍ରବଳ ବର୍ଷା ହେବା ନେଇ  ଭାରତୀୟ ପାଣିପାଗ ବିଭାଗ   ଅରେଞ୍ଜ ଆଲର୍ଟ ଜାରି କରିଛି ।  ବନ୍ୟା ବିତ୍ପାତ୍ତ ଯୋଗୁଁ ଅନେକ ଅଞ୍ଚଳରେ  ଜଳବନ୍ଦୀ ପରିସ୍ଥିତି ଉପୁଜିଛି ।  ୨୫୦ ରାସ୍ତା ଅବରୋଧ ହେବା ସହ  ୭୦୦ଟି ପାନୀୟ ଜଳ ଯୋଜନା ପ୍ରଭାବିତ ହୋଇଛି    ା ଏହାସହ ୫୦୦ରୁ ଅଧିକ  ବିଦ୍ୟୁତ ବଣ୍ଟନ ଟ୍ରାନ୍ସଫର କାଯ୍ୟ କରୁନାହିଁ  ।   ରାଜଧାନୀ ସିମଲାରେ ସ୍କୁଲଗୁଡିକ ପାଣିରେ ବୁଡି ରହିଛି । ପାଠ ପଢାରେ ସମସ୍ୟା ଉପୁଜିଛି ।ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାସିନ୍ଦାମାନଙ୍କୁ ସତର୍କ ରହିବା ଏବଂ ସରକାରୀ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking