ରାଉରକେଲା: ରାଉରକେଲା ଭୟଙ୍କର ସଡକ ଦୁର୍ଘଟଣା। ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ହାଇୱା-କାର୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କାର୍ ଚଳାଉଥିବା ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ଗୁରୁତର ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଢେଙ୍କାନାଳ ସଦର ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଗତକାଲି ସକାଳେ ପତ୍ନୀ ଓ ପୁଅକୁ ନିଜ କାର୍ରେ ନେଇ ପୁରୀ ଜଗାଦର୍ଶନରେ ବାହାରିଥିଲେ। ଅପରାହ୍ନ ପ୍ରାୟ ୧ଟାରେ ଢେଙ୍କାନାଳ ରାସ୍ତାରେ ଗେଙ୍ଗୁଟିଆ ନିକଟରେ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। କାର୍ ଚଳାଉଥିବା ଶ୍ରୀ ପଟ୍ଟନାୟକ ଓ ଆଗ ସିଟ୍ରେ ବସିଥିବା ପତ୍ନୀ ଇତିଶ୍ରୀ ଗୁରୁତର ହୋଇଥିଲେ। ପଛ ସିଟ୍ରେ ବସିଥିବା ପୁଅ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।










