ବଜେଟ୍ ଆକଳନ:
ଋଣ ବ୍ୟତୀତ ଅନ୍ୟ ମୋଟ ଆୟ: ୩୨.୦୭ ଲକ୍ଷ କୋଟି ଟଙ୍କା ।
ସମୁଦାୟ ବ୍ୟୟ: ୪୮.୨୧ ଲକ୍ଷ କୋଟି ଟଙ୍କା ।
ନିଟ୍ ଟିକସ ପ୍ରାପ୍ତି: ୨୫.୮୩ ଲକ୍ଷ କୋଟି ଟଙ୍କା ।
ବିତ୍ତୀୟ ନିଅଣ୍ଟ: ଜିଡିପିର ୪.୯ ପ୍ରତିଶତ
ବଜେଟରେ ନିଯୁକ୍ତି, ଦକ୍ଷତା, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ୱ
ରୋଜଗାର ଓ ଦକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ଟି ଯୋଜନାର ପ୍ୟାକେଜ୍
-୫ ବର୍ଷ ମଧ୍ୟରେ ୪.୧ କୋଟି ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ପାଇଁ ୫ଟି ଯୋଜନା ଓ ପଦକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ପ୍ୟାକେଜ୍
-ଇପିଏଫଓରେ ପଞ୍ଜିକୃତ ହୋଇଥିବା ନୂଆ କର୍ମଚାରୀଙ୍କୁ ୩ଟି କିସ୍ତିରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର ଦରମା ପ୍ରଦାନ କରାଯିବ
-ଚାକିରିର ପ୍ରଥମ ୪ ବର୍ଷରେ ଇପିଏଫଓ ଅବଦାନ ସମ୍ବନ୍ଧରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ସିଧାସଳଖ ନିର୍ଦ୍ଦିଷ୍ଟ ସ୍କେଲରେ ପ୍ରୋତ୍ସାହନ
– ପ୍ରତ୍ୟେକ ଅତିରିକ୍ତ କର୍ମଚାରୀଙ୍କ ପାଇଁ ସରକାର ନିଯୁକ୍ତିଦାତାଙ୍କ ଇପିଏଫଓ ବାବଦରେ ୨ ବର୍ଷ ପାଇଁ ମାସିକ ୩,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ
-୫ ବର୍ଷରେ ୨୦ ଲକ୍ଷ ଯୁବକଙ୍କୁ ଦକ୍ଷ କରାଯିବ
-ହବ୍ ଓ ସ୍ପୋକ୍ ବ୍ୟବସ୍ଥାରେ ୧୦୦୦ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉନ୍ନତୀକରଣ
-୫ ବର୍ଷରେ ୧ କୋଟି ଯୁବକଯୁବତୀଙ୍କୁ ୫୦୦ ଟପ୍ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ ପାଇଁ ନୂଆ ଯୋଜନା
-କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
-୫ ବର୍ଷରେ ୨୦ ଲକ୍ଷ ଯୁବକଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ୟାକେଜ ଅଧୀନରେ ସ୍କିଲିଂ ପାଇଁ ନୂଆ କେନ୍ଦ୍ରୀୟ ଯୋଜନା
-୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପାଇଁ ସଂଶୋଧନ ହେବ ଆଦର୍ଶ ଦକ୍ଷତା ଋଣ ଯୋଜନା
-ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ୧୫,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ôଥକ ସହାୟତା
-ମହିଳା ଓ ବାଳିକାମାନଙ୍କ ପାଇଁ ସମୁଦାୟ ୩ ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ
-୬୩ ହଜାର ଆଦିବାସୀ ଅଧ୍ୟୁଷିତ ଗାଁ ଓ ଆକାଂକ୍ଷୀ ଜିଲ୍ଲାରେ ଆଦିବାସୀ ପରିବାରର ବିକାଶ ଯୋଜନା
-ତରୁଣ ବର୍ଗରେ ମୁଦ୍ରା ଋଣର ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି
-ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୫୦ଟି ମଲ୍ଟି ପ୍ରଡକ୍ଟ ଫୁଡ୍ ଇରେଡିଏସନ୍ ୟୁନିଟ୍ ସ୍ଥାପନ ପାଇଁ ଆର୍ôଥକ ସହାୟତା
-୩୦ ଲକ୍ଷ ଜନସଂଖ୍ୟାରୁ ଅଧିକ ୧୪ଟି ବୃହତ ସହରକୁ କାର୍ଯ୍ୟକାରୀ କରିବା ଏବଂ ଅର୍ଥ ଯୋଗାଇବା ପାଇଁ ପରିବହନ ଭିତ୍ତିକ ବିକାଶ ଯୋଜନା -ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆସନ୍ତା ୫ ବର୍ଷରେ ୨.୨ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ମିଶାଇ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୧ କୋଟି ସହରାଞ୍ଚଳ ଗରିବ ଓ ମଧ୍ୟବିତ୍ତ ପରିବାରର ଆବାସ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତାବ
-୨୫,୦୦୦ ଗ୍ରାମୀଣ ବସ୍ତିକୁ ସର୍ବକାଳୀନ ଯୋଗାଯୋଗ ପାଇଁ ପିଏମଜିଏସୱାଇର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ
-ଓଡ଼ିଶାର ମନ୍ଦିର, ସ୍ମାରକୀ, କାରିଗରୀ, ବନ୍ୟପ୍ରାଣୀ ଅଭୟାରଣ୍ୟ, ପ୍ରାକୃତିକ ପରିବେଶ ଓ ପ୍ରାଚୀନ ବେଳାଭୂମିର ବିକାଶ ପାଇଁ ସହାୟତା
-ଆସନ୍ତା ୧୦ ବର୍ଷରେ ମହାକାଶ ଅର୍ଥନୀତିକୁ ୫ ଗୁଣା ବୃଦ୍ଧି କରିବା ପାଇଁ ୧୦୦୦ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ ଫଣ୍ଡ ପ୍ରତିଷ୍ଠା
-୨୫ଟି ଖଣିଜ ପଦାର୍ଥକୁ ସୀମା ଶୁଳ୍କରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି
-ସୋଲାର ସେଲ୍ ଏବଂ ପ୍ୟାନେଲ୍ ନିର୍ମାଣରେ ବ୍ୟବହାର ପାଇଁ ପୁଞ୍ଜିଗତ ସାମଗ୍ରୀକୁ ସୀମା ଶୁଳ୍କରୁ ମୁକ୍ତ କରାଯାଇଛି
-ଟ୍ରିବ୍ୟୁନାଲ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଟିକସ, ଅବକାରୀ ଓ ସେବା ଟିକସ ସମ୍ବନ୍ଧୀୟ ଆବେଦନ ଦାଖଲ ପାଇଁ ଆର୍ôଥକ ସୀମା ଯଥାକ୍ରମେ ୬୦ ଲକ୍ଷ, ୨ କୋଟି ଏବଂ ୫ କୋଟି ଟଙ୍କାକୁ ବୃଦ୍ଧି