ଭୁବନେଶ୍ୱର : ଆବାସିକ ହଷ୍ଟେଲରେ ବଢିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ୮ ମାସରେ ୨୬ ଛାତ୍ରଛାତ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ୨୬ ଜଣଙ୍କ ମଧ୍ୟରୁ ୬ ଜଣ ଆତ୍ମହତ୍ୟା କରିଛନ୍ତି । ୨୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ହୋଇଛି । ରାୟଗଡାରେ ସର୍ୱାଧିକ ମୃତ୍ୟୁ ହୋଇଥିବା ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି ।










