30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଦକ୍ଷିଣ କୋରିଆରେ ହାଇଭୋଲଟେଜ୍ ଡ୍ରାମା

ଦକ୍ଷିଣ କୋରିଆରେ ହାଇଭୋଲଟେଜ୍ ଡ୍ରାମା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ହାଇ ଭୋଲଟେଜ୍ ଡ୍ରାମା । ମହାଅଭିଯୋଗର ସାମ୍ନା କରୁଥିବା ରାଷ୍ଟ୍ରପତି ୟୁନ ସୁକ ୟୋଲ ଗିରଫ। ଆଜି ସକାଳୁ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ହଜାରରୁ ଅଧିକ ପୋଲିସ କର୍ମୀ ପ୍ରବେଶ କରିଥିଲେ । ଆଉ ସେହି ସମୟରେ, ୟେଓଲଙ୍କ ସମର୍ଥକ ଏବଂ ଶାସକ ପିପୁଲ୍ସ ପାୱାର ପାର୍ଟିର ସଦସ୍ୟମାନେ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଉଭୟଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ପରେ ଅନେକ ଲୋକଙ୍କୁ ଅଟକ ମଧ୍ୟ ରଖାଯାଇଥିଲା।

ଯାହା ପରେ ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ୟୁନ୍ ସୁକ୍ ୟେଓଲଙ୍କୁ ଗିରଫ କରିଛନ୍ତି। ସେହିପରି ପୂର୍ବରୁ, ୟୁନଙ୍କ ଓକିଲମାନେ ଯୁକ୍ତି କରିଥିଲେ ଯେ ୟୁନଙ୍କୁ ଅଟକ ରଖିବାର ପ୍ରୟାସ ବେଆଇନ ଥିଲା। ତାଙ୍କୁ ସର୍ବସାଧାରଣରେ ଅପମାନିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ରଚନା କରାଯାଉଛି। ତେବେ ୟୁନ୍‌ଙ୍କୁ ଗିରଫ କରିବା ପାଇଁ ତଦନ୍ତକାରୀଙ୍କୁ ଜାରି କରାଯାଇଥିବା ମିଲର୍ ୱାରେଣ୍ଟ ହେଉଛି ଦକ୍ଷିଣ କୋରିଆର ଜଣେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଜାରି କରାଯାଇଥିବା ପ୍ରଥମ ୱାରେଣ୍ଟ। ଏହା ପୂର୍ବରୁ ମଧ୍ୟ ଜାନୁୟାରୀ ୩ ରେ ସୁରକ୍ଷା କର୍ମୀମାନେ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିଲା। ହେଲେ ଆଜି ଭୋର ୪ ଟାରୁ ପ୍ରାୟ ହଜାର ପୋଲିସ୍ କର୍ମୀ ରାଷ୍ଟ୍ରପତିଙ୍କ ବାସଭବନରେ ବିଭିନ୍ନ ମାର୍ଗ ଦେଇ ପ୍ରବେଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking