ନୂଆଦିଲ୍ଲୀ : ଚୀନ ଆଣିଲା ସବୁଠୁ ହାଇସ୍ପିଡ ଟ୍ରେନ । ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଯିବ ଏହି ହାଇସ୍ପିଡ ଟ୍ରେନ । ଏହା ବିଶ୍ୱର ସବୁଠୁ ବଡ ଟ୍ରେନ ବୋଲି ଚୀନ ଦାବି କରିଛି । ଚୀନ ରେଲଫ୍ୱେ ଗ୍ରୁପ କମ୍ପାନୀର ତ୍ୟ ଅନୁସାରେ ଏହା ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଦୌଡିବ । ଏହା ଦ୍ୱାରା ଦେଶର ଯାତ୍ରୀଙ୍କ ପାଇଁ ଯାତାୟତ ସହଜ ଓ ସୁଗମ ହେବ । ଚୀନରେ ବର୍ତ୍ତମାନ ଚାଲୁଥିବା ସିଆର ୪୦୦ ତୁଳନାରେ ଅଧିକ ଦ୍ରୁତ ଗତିରେ ଚାଲିବା ସିଆର ୪୦୦ ଟ୍ରେନ ୩୫୦ କିଲୋମିଟର ବେଗରେ ଗତି କରୁଥିବା ବେଳେ ନୂଆ ଟ୍ରେନର ବେଗ ଅଧିକ ରହିବ ।