22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସମ୍ଭଲରେ ହାଇ ସିକ୍ୟୁରିଟି, ଆସନ୍ତା ୧୦ ତାରିଖ ଯାଏଁ ବାହାର ଲୋକଙ୍କ ପ୍ରବେଶ ନିଷିଦ୍ଧ

ସମ୍ଭଲରେ ହାଇ ସିକ୍ୟୁରିଟି, ଆସନ୍ତା ୧୦ ତାରିଖ ଯାଏଁ ବାହାର ଲୋକଙ୍କ ପ୍ରବେଶ ନିଷିଦ୍ଧ

ନୂଆଦିଲ୍ଲୀ: ଜାମା ମସଜିଦ ସର୍ଭେ ବିବାଦ ସମୟରେ ଗତ ୨୪ ନଭେମ୍ବରରୁ ହୋଇଥିବା ହିଂସା ଯୋଗୁଁ ସମ୍ଭଲରେ ପ୍ରବେଶ ବାରଣ । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଆଜିଠାରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶକୁ ନିଷିଦ୍ଧ କରିଛନ୍ତି । ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିବୃତ୍ତିରେ କୁହାଯାଇଛି ଯେ, କୌଣସି ବାହାର ଲୋକ, ସାମାଜିକ ସଂଗଠନ କିମ୍ବା କୌଣସି ଜନ ପ୍ରତିନିଧି ଡିସେମ୍ବର ୧୦ ପର୍ଯ୍ୟନ୍ତ ଦକ୍ଷ ଅଧିକାରୀଙ୍କ ଅନୁମତି ନ ନେଇ ଜିଲ୍ଲାର ସୀମାରେ ପ୍ରବେଶ କରିପାରିବେ ନାହିଁ । ଗତକାଲି ସମାଜବାଦୀ ପାର୍ଟିର ୧୫ ଜଣିଆ ପ୍ରତିନିଧି ଦଳ ସମ୍ଭଲ ଯାଇ ଶାହି ଜାମା ମସଜିଦ କମ୍ପ୍ଲେକ୍ସରେ ସର୍ଭେକୁ ନେଇ ହୋଇଥିବା ହିଂସା ବାବଦରେ ପଚାରି ବୁଝିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପ୍ରବେଶ ନିଷିଦ୍ଧ କରାଯାଇଛି ।

ସୂଚନାଯୋଗ୍ୟ, ଶାହି ଜାମା ମସଜିଦ କମ୍ପ୍ଲେକ୍ସରେ ସର୍ଭେକୁ ନେଇ ବିବାଦ ସୃଷ୍ଟି ହୋଇଛି । ମସଜିଦ ହିନ୍ଦୁ ମନ୍ଦିରକୁ ଭଙ୍ଗାଯାଇ ନିର୍ମାଣ ହୋଇଥିବା ଦାବି ଉଠିବା ପରେ ଟ୍ରାଏଲ କୋର୍ଟ ଏକ ଆବେଦନ କ୍ରମେ ସର୍ଭେ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି । ତେବେ ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ସର୍ଭେକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭଲର ଶାହି ଜାମା ମସଜିଦ ଏବଂ ହରିହର ମନ୍ଦିରକୁ ନେଇ ହିନ୍ଦୁ-ମୁସଲିମ ଦଳ ନିଜ ନିଜର ଦାବି ଉପସ୍ଥାପନ କରୁଛନ୍ତି । ଏନେଇ ଆସନ୍ତା ଜାନୁାଆରୀ ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ସମ୍ଭଲ କୋର୍ଟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking