35.1 C
Bhubaneswar
Thursday, March 5, 2026
Homeଓଡିଶାୱାର-ସ ବିଶ୍ୱବିଦ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ

ୱାର-ସ ବିଶ୍ୱବିଦ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗକୁ ପ୍ରତିନିଧିତ୍ଵ କରୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ କାର୍ଯ୍ୟାଳୟର ପ୍ରତିନିଧିମଣ୍ଡଳୀଙ୍କ ପୋଲାଣ୍ଡ ଗସ୍ତର ଦ୍ୱିତୀୟ ଦିନରେ ୱାର-ସ ବିଶ୍ୱବିଦ୍ୟାଳୟରେ ଉଭୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଉପରେ ବିଷଦ ଆଲୋଚନା କରିଥିଲେ ।ୱାର-ସ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ଅନ୍ତର୍ଜାତୀୟ ଅଧ୍ୟୟନ ବିଭାଗର ମୁଖ୍ୟ ଏବଂ ପ୍ରଫେସରମାନେ ପୋଲାଣ୍ଡର ନିର୍ବାଚନ ପ୍ରକ୍ରିୟା ଓ ଆନୁଷଙ୍ଗିକ ବିଧିବ୍ୟବସ୍ଥା ବିଷୟରେ ପ୍ରତିନିଧିମଣ୍ଡଳୀଙ୍କୁ ସବିଶେଷ ସୂଚନା ଦେଇଥିଲେ । ସେହିପରି ଭାରତୀୟ ପ୍ରତିନିଧିମାନେ ଭାରତୀୟ ନିର୍ବାଚନର ବିଧିବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ଭାରତ ନିର୍ବାଚନ ଆୟୋଗର ପରିସର ଏବଂ ସଂଘୀୟ ଗଠନ ଉପରେ ସେମାନେ ଆଲୋକପାତ କରିଥିଲେ ।

ପ୍ରତିନିଧି ମଣ୍ଡଳୀ ଭାରତୀୟ ସାମ୍ବିଧାନିକ ଢାଞ୍ଚା ବିଷୟରେ ବର୍ଣ୍ଣନା କରିବା ଅବସରରେ, ଜାତୀୟ ଏବଂ ରାଜ୍ୟ ନିର୍ବାଚନ ସଂସ୍ଥାଗୁଡିକ ନାଗରିକମାନଙ୍କର ଗଣତାନ୍ତ୍ରିକ ଆଶା-ଆକାଂକ୍ଷାକୁ ବଜାୟ ରଖିବା ପୂର୍ବକ କିପରି ସଂସଦ, ରାଜ୍ୟ ବିଧାନସଭା ଏବଂ ଆଞ୍ଚଳିକସ୍ତରର ନିର୍ବାଚନଗୁଡିକ ପୃଥକ ଭାବରେ ପରିଚାଳନା କରନ୍ତି ସେ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ।ଅତିରିକ୍ତ ଶାସନ ସଚିବ ତଥା ଜାତୀୟ ସ୍ତରର ପ୍ରଶିକ୍ଷକ ଶ୍ରୀ ଶତ୍ରୁଘ୍ନ କର ନୂଆଦିଲ୍ଲୀରେ ଅବସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (IIIDEM) ର ନିର୍ବାଚନ ପ୍ରଶିକ୍ଷଣ ସମ୍ବନ୍ଧୀୟ ଉତ୍କର୍ଷତା ବିଷୟରେ ବର୍ଣନା କରିଥିଲେ । ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ଵସ୍ତରୀୟ ଜ୍ଞାନକୌଶଳରେ ସେମାନଙ୍କୁ ପରିପକ୍ଵ କରାଇବା ଅନୁଷ୍ଠାନର ପ୍ରମୁଖ ଲକ୍ଷ୍ୟ ଅଟେ । IIIDEM ରେ ନିର୍ବାଚନ ପରିଚାଳନା ଉପରେ ଉଚ୍ଚତର ଗବେଷଣା ଏବଂ ତାଲିମର ଅଂଶୀଦାର ହେବା ପାଇଁ ୱାର-ସ ବିଶ୍ୱବିଦ୍ୟାଳୟକୁ ଭାରତୀୟ ପ୍ରତିନିଧିମାନେ ଆମନ୍ତ୍ରଣ କରିଥିଲେ ।

ଦିବସର ଶେଷ ଅଧିବେଶନରେ, ଭାରତୀୟ ପ୍ରତିନିଧିମଣ୍ଡଳୀ ୱାର-ସରେ ସ୍ଥିତ କମ୍ୟୁନିଟି ଅଫ୍ ଡେମୋକ୍ରାସିଜ୍ (CoD) ର ମହାସଚିବଙ୍କ ସହ ଆଲୋଚନା କରିଥିଲେ । ମହାସଚିବ ଏହି ବୈଠକରେ ୧୯-ସୂତ୍ରୀ ୱାର-ସ ଘୋଷଣାନାମାକୁ ସମର୍ଥନ ଜଣାଇଥିବା ୩୦ ସଦସ୍ୟ ରାଷ୍ଟ୍ରର ଗଣତାନ୍ତ୍ରିକ ଢାଞ୍ଚାର ଏକ ସାରାଂଶ ଉପସ୍ଥାପନ କରିଥିଲେ ।ଭାରତୀୟ ପ୍ରତିନିଧିମାନେ, ନିର୍ବାଚନ ଅଖଣ୍ଡତା ବଜାୟ ରଖିବା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର – ୯୯୦ ମିଲିୟନରୁ ଅଧିକ ଭୋଟରଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ, ଭାରତ ନିର୍ବାଚନ ଆୟୋଗ ଦ୍ୱାରା ଗ୍ରହଣ କରାଯାଇଥିବା ଉତ୍ତମ ପଦକ୍ଷେପଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ । ପୋଲାଣ୍ଡର ଅଧିକାରୀମାନେ ଏହି ପଦକ୍ଷେପଗୁଡିକର ଉଚ୍ଚ ପ୍ରଶଂସା କରିଥିଲେ ।ଅତିରିକ୍ତ ଶାସନ ସଚିବ ଶ୍ରୀ କରଙ୍କ ସମେତ ଅତିରିକ୍ତ ଶାସନ ସଚିବ ତଥା ଜାତୀୟସ୍ତରର ପ୍ରଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସାହୁ, ଖୋର୍ଦ୍ଧା ଜ଼ିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଶ୍ରୀ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ, ଭୁବନେଶ୍ବର ଡ଼ ମନୋରଞ୍ଜନ ସାହୁ, ବୁଥ ସ୍ତରୀୟ ଅଧିକାରୀ (ବୁଥ ନ ୧୪୪-୧୧୨ ବିଧାନସଭା ମଣ୍ଡଳୀ) ଶ୍ରୀ ଚିନ୍ମୟ କୁମାର ସୀତ ପୋଲାଣ୍ଡ ଗସ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking