ଭୁବନେଶ୍ୱର: ଶିକ୍ଷକ/ ଅଧ୍ୟାପକଙ୍କ ଦାବି ପାଇଁ ପୁନର୍ଗଠିତ ହେଲା ଉଚ୍ଚସ୍ତରୀୟ କମିଟି । ଅବସରପ୍ରାପ୍ତ ଆଇଏଏସ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ୫ ଜଣଙ୍କୁ ନେଇ ପୁନର୍ଗଠିତ ହେଲା ଉଚ୍ଚସ୍ତରୀୟ କମିଟି । ଅବସରପ୍ରାପ୍ତ ଆଇଏଏସ ସୁଦର୍ଶନ ନାଏକଙ୍କୁ କମିଟିର ସହ ଅଧ୍ୟକ୍ଷ କରାଯାଇଛି । ସ୍ୱତନ୍ତ୍ର ଶାସନ ସଚିବ ଶାନ୍ତନୁ ସାହୁ, ଆବସରପ୍ରାପ୍ତ ଓଇଏସ ସନାତନ ପଣ୍ଡା କମିଟିର ସଦସ୍ୟ ଅଛନ୍ତି । ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ମଧ୍ୟ କମିଟିର ସଦସ୍ୟ ଅଛନ୍ତି । ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି ।










