23.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶସିଏଜି ରିପୋର୍ଟ ଆଧାରରେ ହାଇକୋର୍ଟଙ୍କ ରାୟ; ଆପ୍ ସରକାରଙ୍କ ସଚ୍ଚୋଟତା ଉପରେ ସନ୍ଦେହ ରହିଛି

ସିଏଜି ରିପୋର୍ଟ ଆଧାରରେ ହାଇକୋର୍ଟଙ୍କ ରାୟ; ଆପ୍ ସରକାରଙ୍କ ସଚ୍ଚୋଟତା ଉପରେ ସନ୍ଦେହ ରହିଛି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଯେଉଁଠି ଦିଲ୍ଲୀରେ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି ସେତେବେଳେ କ୍ଷମତାସୀନ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପାଇଁ ଏକ ବଡ଼ ବିଷମ ପରିସ୍ଥିତି ଉତ୍ପନ୍ନ ହୋଇଛି। ଆପ୍ ସରକାରଙ୍କ ଅବକାରୀ ନୀତିକୁ ନେଇ ସୋମବାର ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ବିଶେଷକରି ସିଏଜି ରିପୋର୍ଟ ଆଧାରରେ ହାଇକୋର୍ଟ ଆପ୍ ସରକାରଙ୍କ ସଚ୍ଚୋଟତା ଏବଂ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆପ୍ ସରକାରଙ୍କ ସଚ୍ଚୋଟତା ଉପରେ ସନ୍ଦେହ ରହିଥିବା ହାଇକୋର୍ଟ ଆଜି ନିଜ ରାୟରେ କହିଛନ୍ତି। ଜଷ୍ଟିସ ସଚିନ ଦତ୍ତାଙ୍କ ଏକକ ଖଣ୍ଡପୀଠ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଏବଂ ଏହି କାରଣରୁ ଦିଲ୍ଲୀ ରାଜସ୍ୱକୁ ହୋଇଥିବା କ୍ଷତି ସମ୍ପର୍କୀତ ଏକ ପିଟିସନ୍ ଉପରେ ଶୁଣାଣି କରିବା ପୂର୍ବକ ହାଇକୋର୍ଟ ଆଜି ଆମ୍ ଆଦ୍‌ମୀ ପାର୍ଟି ସରକାର ଉପରେ ବର୍ଷିଛନ୍ତି। ସିଏଜି ରିପୋର୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି ନ୍ୟାୟପାଳିକା। ସିଏଜି ରିପୋର୍ଟକୁ ନେଇ ଆପ୍ ସରକାର ଯେଉଁ ପ୍ରକାର ପଛକୁ ହଟିଛି (ଅବକାରୀ ନୀତି ପ୍ରତ୍ୟାହାର) ସେଥିରେ ଶାସକ ଦଳର ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି ହୋଇଥିବା କୋର୍ଟ କହିଛନ୍ତି। ସେହିପରି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାନ କରିବାରେ ବିଳମ୍ବ କରିବାକୁ ନେଇ ମଧ୍ୟ କୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି। ସିଏଜି ରିପୋର୍ଟକୁ ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇବାର ଥିଲା ଏବଂ ଗୃହରେ ଏହା ଉପରେ ଆଲୋଚନା ଆରମ୍ଭ କରିବାର ଥିଲା। କିନ୍ତୁ ଜାଣିଶୁଣି ଏଥିରେ ବିଳମ୍ବ କରାଯାଇଛି। ଏହାଦ୍ୱାରା ଆପ୍‌ର ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ହାଇକୋର୍ଟ କହିଛନ୍ତି। ପ୍ରକାଶ, ସିଏଜି ରିପୋର୍ଟକୁ ଯେପରି ଗୃହରେ ଉପସ୍ଥାନ କରିବାକୁ ପଡିବ ନାହିଁ ସେଥିପାଇଁ ଦିଲ୍ଲୀ ସରକାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପଛଘୁଞ୍ଚା ଦେଇଥିଲେ।

ଗଣମାଧ୍ୟମରେ ସିଏଜିର ଦୁଇଟି ରିପୋର୍ଟ ଲିକ୍ ହେବା ପରେ କୋର୍ଟଙ୍କ ଏହି ଟିପ୍ପଣୀ ସାମ୍ନାକୁ ଆସିଛି। ଏଥିରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ବେଆଇନ ରୂପେ କୋଟ କୋଟି ଟଙ୍କା ଖର୍ଚ୍ଚ ଓ ଅବକାରୀ ନୀତି ଯୋଗୁ ୨୦୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଦାବି କରାଯାଇଛି। ସିଏଜି ରିପୋର୍ଟକୁ ଦର୍ଶାଇ ବିଜେପି ଦାବି କରିଛି ଯେ ମଦ ନୀତି ଦୁର୍ନୀତି ହେତୁ ଦିଲ୍ଲୀର ୨୦୨୬ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ଦିଲ୍ଲୀର ମଦ ଦୁର୍ନୀତିରେ ଅନେକ ଆପ୍‌ର ନେତାଙ୍କୁ ଲାଞ୍ଚ ମିଳିଥିବା ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking