ଭୁବନେଶ୍ୱର : ମେଡିକାଲରେ ଫାୟାର ସେଫ୍ଟି ବ୍ୟବସ୍ଥା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗର ବୌଠକ ହୋଇଛି । ଏସସିବି ମେଡିକାଲ ସେକେଣ୍ଡ ବିଲ୍ଡିଂ ନିର୍ମାଣରେ ବିଳମ୍ବ ହୋଇଛିି । ନିର୍ମାଣକାରୀ ସଂସ୍ଥାକୁ ଡେଡଲାଇନ ଦେଇଛୁ । ଆଶା କରୁଛୁ ନିର୍ମାଣ କାଯ୍ୟ ଖୁବଶୀଘ୍ର ସରିବ ।