23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ

ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ

ରାୟପୁର : ମୃତଦେହ ସହ ଯୌନ ସମ୍ପର୍କ ରଖିବା ଅତ୍ୟନ୍ତ ଜଘନ୍ୟ କାଣ୍ଡ। ଏମିତି କାମ କରିବାକୁ କେହି ବି କେବେ ହେଲେ ଚିନ୍ତା କରିପାରିବେ ନାହିଁ। କିନ୍ତୁ ଏପରି କାମ ଦୁଷ୍କର୍ମ କିମ୍ବା ପୋକସୋ ଆକ୍ଟ ଅଧୀନ ଅପରାଧ ନୁହେଁ ବୋଲି ଛତିଶଗଡ଼ ହାଇକୋର୍ଟ ରୁଲିଂ ଦେଇଛନ୍ତି। ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ। ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ ମଧ୍ୟ ନାଗେଶଙ୍କ ଦୋଷମୁକ୍ତ ରାୟକୁ କାଏମ ରଖିଛନ୍ତି। ତେବେ ଅନ୍ୟ କିଛି ଅଭିଯୋଗରେ ତଳ କୋର୍ଟରେ ନାଗେଶ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏଥିରେ ହାଇକୋର୍ଟ ହସ୍ତକ୍ଷେପ କରି ନାହାନ୍ତି।

ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରମେଶ ସିହ୍ନା ଓ ଜଷ୍ଟିସ ବିଭୂଦତ୍ତ ଗୁରୁଙ୍କ ଖଣ୍ଡପୀଠ କହିଛନ୍ତି, “ଭାରତୀୟ ନ୍ୟାୟ ସଂହିତାର ଧାରା ୩୭୬ (ଦୁଷ୍କର୍ମ) କେବଳ ଜୀବନ୍ତ ଅବସ୍ଥାରେ ଲାଗୁ ହୋଇପାରିବ। ତେବେ ଅଭିଯୁକ୍ତ ନୀଳକଣ୍ଠ ଓରଫ ନୀଲୁ ନାଗେଶ ଗୋଟିଏ ମୃତଦେକୁ ଦୁଷ୍କର୍ମ କରିବା ଅତ୍ୟନ୍ତ ଜଘନ୍ୟକାଣ୍ଡ ଘଟାଇଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। କେହି ବି ଏମିତି ଚିନ୍ତା କରିପାରିବେ ନାହିଁ। କିନ୍ତୁ ପ୍ରକୃତ କଥା ହେଉଛି ଯେ ଅଭିଯୁକ୍ତ ଜଣଙ୍କ କେବେ ହେଲେ ବି ଧାରା ୩୬୩, ୩୭୬(୩) ଓ ପୋକସୋ ଆକ୍ଟର ଧାରା ୬ ଓ ୧୯୮୯ର ଧାରା ୩(୨)(ଭି) ଦ୍ୱାରା ଦଣ୍ଡ ପାଇପାରିବେ ନାହିଁ। କାରଣ ଦୁଷ୍କର୍ମ ଗୋଟିଏ ମୃତଦେହ ସହ କରାଯାଇଛି। ଉପରୋକ୍ତ ଧାରା ଗୁଡ଼ିକରେ ଦଣ୍ଡବିଧାନ କରିବାକୁ ହେଲେ ପୀଡ଼ିତ ଜୀବିତ ଥିବା ଦରକାର।” ଜଣେ ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାଲମଲାରେ ସଂପୃକ୍ତ ୨ ଜଣ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କୋର୍ଟ କରିଥିଲେ। ପୀଡ଼ିତାଙ୍କୁ ହତ୍ୟା କରିବାରେ ପରେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।

ଭାରତୀୟ ନ୍ୟାୟ ସଂହିତା ଓ ପୋକସୋ ଆକ୍ଟର ବିଭିନ୍ନ ଦଫାରେ ନାଗେଶ ଓ ଅନ୍ୟତମ ଅଭିଯୁକ୍ତ ନୀତୀନ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯାଦବଙ୍କୁ ତଳ କୋର୍ଟ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ନାଗେଶଙ୍କୁ ଧାରା ୨୦୧(ପ୍ରମାଣ ନଷ୍ଟ କରିବା) ଓ ୩୪(ଏକାଧିକ ଲୋକ ଗୋଟିଏ ଲକ୍ଷ୍ୟରେ ଅପରାଧ ଘଟାଇବା) ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ କୋର୍ଟ ୭ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି। ନାଗେଶ ମୃତଦେହ ସହ ଶାରୀରିକ ସମ୍ପର୍କ ରଖିଥିଲେ ହେଁ ତଳ କୋର୍ଟ ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ କୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking