32.1 C
Bhubaneswar
Monday, June 2, 2025
Homeଓଡିଶାକଠୋର ସର୍ତ୍ତ ରଖିଲେ ହାଇକୋର୍ଟ: ସର୍ତ୍ତ ପୂରଣ ନହେଲେ ଜାମିନ ଖାରଜ

କଠୋର ସର୍ତ୍ତ ରଖିଲେ ହାଇକୋର୍ଟ: ସର୍ତ୍ତ ପୂରଣ ନହେଲେ ଜାମିନ ଖାରଜ

କଟକ: ଜାମିନ ବଦଳରେ ବ୍ୟାଙ୍କ ପରିସରରେ  ସଫେଇ କରିବେ ଅଭିଯୁକ୍ତ । ଏଭଳି ସର୍ତ୍ତ ରଖି ବ୍ୟାଙ୍କ ଠକେଇ ମାମଲାରେ ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ଅଭିଯୋଗ ଅନୁସାରେ ଅଭିଯୁକ୍ତ  ମନୋଜ୍ଞାନ ପଟ୍ଟନାୟକ ସମ୍ପତ୍ତିକୁ ବ୍ୟାଙ୍କରେ  ବନ୍ଧକ ରଖି ଲୋନ ନେଇଥିଲେ । କଟକ ଲିଙ୍କ ରୋଡ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ପୃଥକ  ଲୋନ ଆକାଉଣ୍ଟରେ ୩ଟି ପୃଥକ ଲୋନ  ଆକାଉଣ୍ଟ ରେ ୧ କୋଟି ୫ ଲକ୍ଷ ଟଙ୍କା ରୁଣ କରିଥିଲେ । ପୂର୍ୱରୁ ସମାନ ସମ୍ପତ୍ତି  କୁ ଭୁବନେଶ୍ୱର ଅଶୋକ ନଗର ଇଣ୍ଡିଆନ ବ୍ୟାଙ୍କରେ  ବନ୍ଧକ ରଖି ଲୋନ ନେବା ସହ ଏହାକୁ ପରିଶୋଧ ନକରିଥିବା ଜଣାପଡିଛି ।  କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରି  ଗତ ଫେବୃଆରୀରେ ଅଭିଯୁକ୍ତ ମହିଳା ଗିରଫ ହୋଇଥିଲେ । ଦୁଇ ମାସ ଧରି ସଂପୃକ୍ତ ବ୍ୟାଙ୍କ ପରିସର ସଫେଇ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ତ୍ତ ପୂରଣ ନକଲେ ଜାମିନ ଖାରଜ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking