28.1 C
Bhubaneswar
Wednesday, July 23, 2025
Homeଦେଶ ବିଦେଶକମଲଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କମଲଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହସନ ଦେଇଥିବା ଟିପ୍ପଣୀକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଆଜି ତାଙ୍କୁ କଡା ଭର୍ତ୍ସନା କରିଛନ୍ତି । ହାଇକୋର୍ଟ କହିଛନ୍ତି, ଆପଣ ହୁଏତ ସୁପରଷ୍ଟାର କମଲ ହସନ୍ ହୋଇପାରନ୍ତି କିନ୍ତୁ କାହା ଭାବାବେଗକୁ ଆଘାତ ଦେବା ଭଳି କୌଣସି ଟିପ୍ପଣୀ କରିବାର ଅଧିକାର ଆପଣଙ୍କର ନାହିଁ । ଦେଶର ସମ୍ବିଧାନ ନାଗରିକଙ୍କୁ କହିବାର ସ୍ୱାଧୀନତା ଦେଇଥିବା ବେଳେ ଏହାର ଅପବ୍ୟବହାର କରିବା ଉଚିତ୍ ନୁହେଁ । ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଲୋକଙ୍କ ଭାବନାକୁ କଦାପି ଆଘାତ ଦିଆଯାଇପାରିବ ନାହିଁ । ଆମେ ଏବେ ଏହା ଆପଣଙ୍କ ଉପରେ ଛାଡି ଦେଉଛୁ । ଯଦି ଆପଣ କାହାକୁ ଆଘାତ ଦେଇଛନ୍ତି, ତେବେ କ୍ଷମା ମାଗନ୍ତୁ ।

କର୍ଣ୍ଣାଟକରୁ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରିବ । ଯଦି ଆପଣଙ୍କୁ କନ୍ନଡ ଲୋକଙ୍କ ଆବଶ୍ୟକତା ନାହିଁ, ତେବେ ଏଠାରୁ ରୋଜଗାର କରିବା ବନ୍ଦ କରନ୍ତୁ । ପ୍ରକାଶ, କିଛିଦିନ ତଳେ କମଲ ହସନ୍ ନିଜ ଆଗାମୀ ଫିଲ୍ମ ‘ଠଗ୍ ଲାଇଫ୍‌’ର ଅଡିଓ ଲଞ୍ଚ ସମୟରେ ତାମିଲ ଭାଷାରୁ କନ୍ନଡ଼ ଭାଷା ଜନ୍ମିତ ହୋଇଥିବା କହିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ମନ୍ତବ୍ୟ ପାଇଁ କମଲ କ୍ଷମା ନ ମାଗିବା ପର୍ଯ୍ୟନ୍ତ କର୍ଣ୍ଣାଟକରେ ତାଙ୍କ ଫିଲ୍ମ ‘ଠଗ୍ ଲାଇଫ୍‌’କୁ ରିଲିଜ୍ କରାଇଦିଆଯିବ ନାହିଁ ବୋଲି କେଏଫ୍‌ସିସି ପୂର୍ବରୁ ଘୋଷଣା କରିଥିଲା । ଅନ୍ୟପକ୍ଷେ କମଲ କହିଛନ୍ତି ଯେ, ସେ କିଛି ଭୁଲ୍ କରିନାହାନ୍ତି, ଭୁଲ୍ ମାଗିବାର ପ୍ରଶ୍ନ ଉଠୁନି । ସେ କେବଳ ଏକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି କହିଥିଲେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking