36.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ; ତୁମେ ତଦନ୍ତ ହେଉ ବୋଲି ଚାହୁଁନ କାହିଁକି?

ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ; ତୁମେ ତଦନ୍ତ ହେଉ ବୋଲି ଚାହୁଁନ କାହିଁକି?

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଟୋମୋବାଇଲ କମ୍ପାନୀରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ତାଙ୍କ ପତ୍ନୀ ତଥା ଅଭିଯୁକ୍ତା ନିକିତା ସିଂଘାନିଆଙ୍କୁ କଡା ଭର୍ତ୍ସନା କରିଛନ୍ତି। ବେଙ୍ଗାଲୁରୁ ହାଇକୋର୍ଟ ଅତୁଲ ଏବଂ ନିକିତାଙ୍କ ମାମଲାରେ ଶୁଣାଣି କରିବା ପୂର୍ବକ ନିକିତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ତୁମେ ଏହି ଆତ୍ମହତ୍ୟା ଘଟଣାରେ ତଦନ୍ତ ହେଉ ବୋଲି କାହିଁକି ଚାହୁଁନ? ବାସ୍ତବରେ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ରୁଜୁ ଏଫଆଇଆର୍‌ରେ ନିକିତା, ତାଙ୍କ ମା ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କ ନାମ ରହିଛି। ତେବେ ନିକିତା ଏହି ଏଫଆଇଆର୍‌ରୁ ନିଜ ନାମକୁ ବାଦ୍ ଦେବାକୁ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ୍ ଦାୟର କରିଥିଲେ। ସୋମବାର ଏହା ଉପରେ ଶୁଣାଣି କରି ଜଷ୍ଟିସ ଏସଆର କ୍ରିଷ୍ଣ କୁମାରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏପରି ପ୍ରଶ୍ନ ତାଙ୍କୁ ପଚାରିବା ସହ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ହୋଇଥିବା ବିବାଦ ଏବଂ ଏଥିପାଇଁ ନିକିତା ଅତୁଲଙ୍କ ଠାରୁ ଏକସଙ୍ଗେ ୩ କୋଟି ଟଙ୍କା ଏବଂ ପୁଅର ଭରଣପୋଷଣ ପାଇଁ ମାସିକ ୮୦ହଜାର ଟଙ୍କା ଦାବି କରିବା ଭଳି ଅଭିଯୋଗ ରହିଛି। ଏପରିକି ନିକିତା, ଅତୁଲ ଏବଂ ଅତୁଲଙ୍କ ପରିବାରକୁ ଏହି ଘଟଣାରେ କୋର୍ଟ କଚେରୀକୁ ଟାଣିବାକୁ ନେଇ ଅତୁଲ ସୁଭାଷ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ସୁଭାଷ ଏକ ଭିଡିଓ ରେକର୍ଡ କରିଥିଲେ ଏବଂ ତାଙ୍କ ପତ୍ନୀ ନିକିତାଙ୍କ ଦ୍ୱାରା ସେ ଏବଂ ତାଙ୍କ ପରିବାର ନିର୍ଯ୍ୟାତିତ ହେଉଥିବା ଏବଂ ଏହି କାରଣରୁ ସେ ମାନସିକ ଚାପ ସହ୍ୟ କରିନପାରି ଆତ୍ମହତ୍ୟା କରୁଥିବା ସ୍ପଷ୍ଟ ଭାବେ କହିଥିଲେ। ତେବେ ଏହି ଘଟଣା ସମଗ୍ର ଦେଶରେ ତୀବ୍ର ଆଲୋଡନ ସୃଷ୍ଟି କରିଥିବା ବେଳେ ନିକଟରେ ନିକିତା, ନିକିତାଙ୍କ ମା’ ଏବଂ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ଜାମିନ୍ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking