ପୁରୀ: ମହାପ୍ରଭୁଙ୍କ ଭୂସମ୍ପତ୍ତି ମାମଲରେ ହାଇକୋର୍ଟଙ୍କ ରାୟ ପ୍ରସଙ୍ଗ । ଜଟଣୀ କନ୍ତିଆ ମୌଜାର ମୂଲ୍ୟବାନ ୧୫ ଏକର ସମ୍ପତ୍ତି ନେଇ ରାୟ ପ୍ରସଙ୍ଗ । ହାଇକୋର୍ଟଙ୍କ ରାୟକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନି । ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ । ହାଇକୋର୍ଟଙ୍କ ରାୟ ଆଗାମୀ ଦିନରେ ମାର୍ଗଦର୍ଶକ ସାଜିବ । ଏହାକୁ କଡାକଡି ଭାବେ ପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବଦ୍ଧପରିକର । ଶ୍ରୀମନ୍ଦିର ପ୍ରଶାସସନ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ମାମଲା ଲଢିଥିଲେ ।