22.1 C
Bhubaneswar
Friday, February 13, 2026
Homeଓଡିଶାରତ୍ନଭଣ୍ଡାର ଗଣତି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ; ୩ ମାସ ମଧ୍ୟରେ ଶେଷ କର

ରତ୍ନଭଣ୍ଡାର ଗଣତି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ; ୩ ମାସ ମଧ୍ୟରେ ଶେଷ କର

କଟକ: ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାରର ତାଲିକା ପ୍ରସ୍ତୁତି କରିବା ପାଇଁ ରୁଜୁ ଜନସ୍ୱାର୍ଥ ମାମଲାରେ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତିି। ୩ ମାସ ମଧ୍ୟରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଶେଷ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆସନ୍ତା ବିଧାନସଭା ଅଧିବେଶନରେ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତିି। ସୂଚନାଥାଉକି ୨୦୧୮ମସିହାରେ ଚାବି ହଜିଥିବା ବେଳେ ତଦନ୍ତ ନେଇ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ରଘୁବୀର ଦାସଙ୍କୁ ନେଇ ଏକ କମିଶନ ଗଠନ କରିଥିଲେ। କମିଶନ ମଧ୍ୟ ଘଟଣାର ତଦନ୍ତ କରି ରାଜ୍ୟ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ରତ୍ନଭଣ୍ଡାର ମରାମତି କରିବା ସହ ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାରର ତାଲିକା ପ୍ରସ୍ତୁତି ପାଇଁ ହାଇକୋର୍ଟରେ ଏକାଧିକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଏଥିରେ ରାଜ୍ୟପାଳ ଅଥବା ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତୁରନ୍ତ ଗଚ୍ଛିତ ଅଳଙ୍କାରର ତାଲିକା ତିଆରି କରିବାକୁ ପ୍ରାର୍ଥନା କରାଯାଇଥିଲା । ରତ୍ନଭଣ୍ଡାର ଖୋଲିବାରେ ପ୍ରତିପକ୍ଷ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପ୍ରତ୍ନତତ୍ୱ ବିଭାଗ ଏହାର ମରାମତି କାର୍ଯ୍ୟ କରିପାରୁନାହିଁ। ବୈଷୟିକ କମିଟି ରତ୍ନଭଣ୍ଡାର ମରାମତି ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ଏହାର ମରାମତି କରାଯାଉନାହିିଁ। ରତ୍ନଭଣ୍ଡାର ନଖୋଲାଯିବା ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାର ସୁରକ୍ଷା ସମ୍ପର୍କରେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଦର୍ଶାଯାଇଥିଲା। ରୁଜୁ ମାମଲାରେ କୁହାଯାଇଥିଲା ଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରୁଲ୍ ୧୯୫୨ରେ ରତ୍ନଭଣ୍ଡାରରେ ଥିବା ସ୍ୱର୍ଣ୍ଣ, ରୌପ୍ୟ ତଥା ଦୁର୍ଲଭ ଅଳଙ୍କାରର ତାଲିକା ତିଆରି କରିବା ପାଇଁ ବିଧି ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking