26.1 C
Bhubaneswar
Thursday, January 15, 2026
Homeଅପରାଧଗଣଦୁଷ୍କର୍ମର ଶିକାର ନାବାଳିକାଙ୍କ ଗର୍ଭପାତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗଣଦୁଷ୍କର୍ମର ଶିକାର ନାବାଳିକାଙ୍କ ଗର୍ଭପାତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିସପୁର: ଆସାମର ଜଣେ ୧୪ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହୋଇପଡିଥିଲେ। ତେବେ ତାଙ୍କ ଗର୍ଭକୁ ୬ମାସ ହୋଇଥିବା ବେଳେ ପୀଡ଼ିତାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତଥା ତାଙ୍କ ଜୀବନ ପ୍ରତି ଥିବା ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ତାଙ୍କୁ ଗର୍ଭପାତ କରିବାକୁ ଗୌହାଟୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆସାମ ତିନସୁକିଆ ଜିଲ୍ଲାର ଜଣେ ୧୪ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ ୬ ମାସର ଗର୍ଭବତୀ ଥିଲେ। ଏନେଇ ଏକ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଏହାର ଶୁଣାଣି କରିଥିଲେ। ରିପୋର୍ଟ ଅନୁସାରେ ନାବାଳିକା ଜଣକ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ୭ଜଣ ଗଣଦୁଷ୍କର୍ମ କରିଥିଲେ। ଏହି ୭ଜଣଙ୍କ ମଧ୍ୟରେ ୪ଜଣ ନାବାଳକ ମଧ୍ୟ ରହିଛନ୍ତି।

ତେବେ ଏନେଇ ଗୌହାଟି ଉଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ମାମଲା ରୁଜୁ କରିବା ପରେ ସମସ୍ତ ୭ ଅଭିଯୁକ୍ତଙ୍କୁ ପୁଲିସ ଗତ ମାସରେ ଗିରଫ କରିଛି। ଅନ୍ୟପକ୍ଷେ ନାବାଳିକାଙ୍କର ମେଡିକାଲ ରିପୋର୍ଟ ଗତ ଡିସେମ୍ବର ୭ତାରିଖରେ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହାକୁ ତର୍ଜମା କରିବା ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଓ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଗର୍ଭପାତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନସୁକିଆ ଜିଲ୍ଲା ମେଡିକାଲ ବୋର୍ଡ ଓ ଶିଶୁ ବିକାଶ କମିଟି ସହ ସମନ୍ୱୟ ରକ୍ଷା କରି ନାବାଳିକାଙ୍କ ଗର୍ଭପାତ ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିବାକୁ ମାମଲାର ଶୁଣାଣି କରୁଥିବା ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking