25.1 C
Bhubaneswar
Tuesday, December 9, 2025
Homeଓଡିଶାରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ଓଡିଶା ସରକାରୀ କର୍ମଚାରୀଙ୍କ ଧର୍ମଘଟ ପ୍ରସଙ୍ଗ । ଜବାବ ତଲବ କଲେ ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ୧ ସପ୍ତାହ ପରେ ହେବ । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ । ରାଜ୍ୟ ସରକାରଙ୍କ ସହ ଓଏଏସ ଓ ରାଜ୍ୟ ଅମଲା ସଂଘକୁ କୋର୍ଟଙ୍କ ନୋଟିସ୍ । ସରକାରୀ କର୍ମଚାରୀଙ୍କୁ ଧର୍ମଘାଟ ବାରଣ ପାଇଁ ଦାୟର ହୋଇଛି ମାମଲା । ସୂଚନାଯୋଗ୍ୟ, ଲୋୟର ପିଏମଜିରେ ଜାରି ରହିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ୨ ଦଫା ଦାବିରେ ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ୧୫ ଦିନ ଧରି ଆନ୍ଦୋଳନ ଜାରି ରହିଛି । କ୍ଲାସ ରୁମ ଛାଡ଼ି ଅହୋରାତ୍ର ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନକ୍ରମେ, ୨ ଦଫା ଦାବି ନେଇ ଗତ ଶୁକ୍ରବାରଠାରୁ ଶିକ୍ଷୟିତ୍ରୀଶିକ୍ଷକମାନେ ଗାନ୍ଧୀମାର୍ଗରେ ଧାରଣା ଦେବା ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଶେଷ କରି ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ପଦବୀ ଅନୁଯାୟୀ ମୂଳ ବେତନ ଦେବାକୁ ଦାବି ରହିଥିବା ବେଳେ ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ ହଜାର ୪୦୦ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି । ଏହା ସହିତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଛେଦ କରିବାକୁ ମଧ୍ୟ ଦାବି କରୁଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । କେବଳ ପ୍ରାଥମିକ ଶିକ୍ଷକ ନୁହନ୍ତି, ୧୩ ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଗଠନର ୫ ହଜାର ଶିକ୍ଷକ ଲୋୟର ପିଏମଜି ବିଧାନ ସଭା ସମ୍ମୁଖରେ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ କିମ୍ବା ଲିଖିତ ଆକାରରେ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ସ୍କୁଲକୁ ଯିବୁ ନାହିଁ ବୋଲି ସଫା ସଫା କହିଛନ୍ତି ଶିକ୍ଷକ ସଂଘ । ଏହା କେବଳ ପ୍ରାଥମିକ ଶିକ୍ଷକଙ୍କ କଥା ନୁହେଁ, ଆଦର୍ଶ ବିଦ୍ୟାଳୟ ଶିକ୍ଷକ, ବ୍ଲକ ଗ୍ରାଣ୍ଡ ଶିକ୍ଷକ ସଂଘ, ଏସଏସବି ଅଧ୍ୟାପକ ସଂଘ ସମେତ ପାଚିକା ସମସ୍ତଙ୍କର ଗୋଟିଏ କଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking