26.1 C
Bhubaneswar
Thursday, September 19, 2024
Homeଓଡିଶାସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

ଭୁବନେଶ୍ୱର : ଉଚ୍ଚ ରକ୍ତଚାପ ବର୍ତ୍ତମାନ ସମୟରେ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ଲୋକେ ଏହାର ଆରମ୍ଭ ଲକ୍ଷଣ ବିଷୟରେ ଜାଣି ପାରନ୍ତି ନାହିଁ । ଯାଦ୍ୱାରା ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହ ମାରାତ୍ମକ ରୋଗର କାରଣ ପାଲଟିଥାଏ । ବିଶେଷ କରି ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ସକାଳ ସମୟରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ କିଛି ଲକ୍ଷଣ ଦେଖାଯାଏ। ଉଚ୍ଚ ରକ୍ତଚାପ ପାଇଁ ହୃଦୟ ଉପରେ ଅନେକ ପ୍ରଭାବ ପଡିଥାଏ । ଜାଣନ୍ତୁ ସକାଳ ସମୟରେ କେଉଁ ଲକ୍ଷଣ ଦେଖାଗଲେ, ଉଚ୍ଚ ରକ୍ତଚାପର ସଙ୍କେତ ଦେଇଥାଏ..

ଶରୀରରେ ରକ୍ତଚାପ ବୃଦ୍ଧି ହେଲେ ଏହି ଲକ୍ଷଣ ଦେଖାଯାଏ..

ସକାଳେ ଶୋଇ କରି ଉଠିବା ପରେ ମୁଣ୍ଡ ବିନ୍ଧା ହେବା । ଉଚ୍ଚ ରକ୍ତଚାପ କାରଣରୁ ଶିରାପ୍ରଶିରା ଟାଣି ହେବା ଭଳି ସମସ୍ୟା ହୋଇଥାଏ । ଫଳରେ ମୁଣ୍ଡ ବିନ୍ଧା ହୋଇଥାଏ।

ହଠାତ୍‌ ନାକରୁ ରକ୍ତସ୍ରାବ ହେବା । ଏହା ଉଚ୍ଚ ରକ୍ତଚାପର ଲକ୍ଷଣ । ନାକରେ ଥିବା ସୂକ୍ଷ୍ମ ଶିରାପ୍ରଶିରା ଅତ୍ୟଧିକ ଚାପ ଯୋଗୁଁ ଏହା ଉପରେ ପ୍ରଭାବ ପଡିଥାଏ । ଫଳରେ ନାକରୁ ରକ୍ତ ପଡେ।

ସକାଳେ ଉଠିବା ପରେ ଥକ୍କାପଣ ଅନୁଭବ ହେବା । ଏହା ଉଚ୍ଚ ରକ୍ତଚାପର ଲକ୍ଷଣ । ଉଚ୍ଚ ରକ୍ତଚାପ ଫଳରେ ଶରୀରରେ ଶକ୍ତିର ପରିମାଣ ହ୍ରାସ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking