20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ ପରେ ମୁମ୍ବାଇରେ ହାଇ ଆଲର୍ଟ

ଦିଲ୍ଲୀ ବିସ୍ଫୋରଣ ପରେ ମୁମ୍ବାଇରେ ହାଇ ଆଲର୍ଟ

ମୁମ୍ବାଇ: ଦିଲ୍ଲୀ ବିସ୍ଫୋରଣ ପରେ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୯ ଜଣ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ଜାରି ରହିଛି । ଶ୍ରୀ ସିଦ୍ଦିବିନାୟକ ଗଣପତି ମନ୍ଦିର ମୁମ୍ବାଇର ସବୁଠାରୁ ଲୋକପ୍ରିୟ ଗଣେଶ ମନ୍ଦିର । ଏହା ମନସ୍କାମନା ପୂରଣକାରୀ ଗଣେଶ ମନ୍ଦିର ଭାବରେ ଜଣାଶୁଣା । ପ୍ରତି ମଙ୍ଗଳବାର ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ହୁଏ । ଏହି ମନ୍ଦିର ୨୦୦ ବର୍ଷରୁ ଅଧିକ ପୁରୁଣା ଏବଂ ଏହା ମୁମ୍ବାଇର ଦାଦରର ପ୍ରଭାଦେବୀ ନିକଟରେ ଅବସ୍ଥିତ । ଅନ୍ୟପଟେ ବିସ୍ଫୋରଣ ପରେ ଲାଲକିଲ୍ଲା ହାଇ ଆଲର୍ଟରେ ରହିଛି । ସୁରକ୍ଷା ଦୃଷ୍ଟିରୁ ଏଏସଆଇ ଆଜି ଲାଲକିଲ୍ଲାକୁ ଆଗାମୀ ତିନି ଦିନ ପାଇଁ ବନ୍‌ଦ କରିଦେଇଛି । ସୁଚନାରୁ ପ୍ରକାଶ, ଏନଆଇଏ ଦିଲ୍ଲୀ ବିସ୍ଫୋରଣର ଆନୁଷ୍ଠାନିକ ତଦନ୍ତ କରିପାରେ । ବର୍ତ୍ତମାନ, ସ୍ପେଶାଲ ସେଲ୍ ଏବଂ ସ୍ଥାନୀୟ ପୋଲିସ ବିସ୍ଫୋରଣର ତଦନ୍ତ କରୁଛନ୍ତି । ଏବେ ଦିଲ୍ଲୀ ବିସ୍ଫୋରଣ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଲିଙ୍କ ଥିବାରୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking