ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଉତ୍ତେଜନା । ବିଭିନ୍ନ ସ୍ଥାନରେ ହିଂସା ବିସ୍ଫୋରଣ । ହାଇ ଆଲର୍ଟରେ ପୁରା ଦେଶ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଆଜି ଆସିବ ରାୟ । ଇଣ୍ଟରନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲର ରାୟ ପୂର୍ବରୁ ପୁରା ଦେଶରେ ହାଇ ଆଲର୍ଟ । ଶେଖ ହସିନାଙ୍କର ପାର୍ଟି ଆୱାମୀ ଲିଗ ପକ୍ଷରୁ ଦେଶେର ବନ୍ଦ ପାଳନ କରାଯାଉଛି । ରାସ୍ତାକୁ ଆସି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଶେଖ ହସିନାଙ୍କର ପାର୍ଟି , କାର୍ଯ୍ୟକର୍ତ୍ତାଙ୍କର ପକ୍ଷରୁ ଅଡିଓ ବାର୍ତ୍ତା ଜାରି କରିଛି । ଏପଟେ ହିଂସା ଭିଆଇଲେ ତୁରନ୍ତ ଗୁଳି କରି ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବର୍ତ୍ତମାନର ୟୁନୁସ ସରକାର । ୨୦୨୪ ବାଲାଂଦେଶ ହିଂସା ମାମଲାରେ ରାୟ ଶୁଣାଇବେ ବାଂଲାଦେଶ ଇଣ୍ଟରନ୍ୟାସଲନାଲ କ୍ରାଇମ ଟ୍ରିବ୍ୟୁନାଲ । ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪ ଶହ ଜଣଙ୍କର ମୃତ୍ୟୁ ହୋଇଛି । ଏହାର ଦିନକ ପୂର୍ବରୁ ରାଜଧାନୀ ଢାକାର ଚାହାବାଗ ଅଞ୍ଚଳରେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି । ଏହି ଶୋଭାଯାତ୍ରାରେ ଏନସିପି ଛାତ୍ର ସଂଗଠନ ଏବଂ ହଜାର ହଜାର ଯୁବକ ଯୁବତୀ ସାମିଲ ହୋଇଥିଲେ । କୋର୍ଟ ହସିନାଙ୍କୁ ଅଧିକରୁ ଅଧିକ ସଜ୍ଜା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।










