22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶହିଜବୁଲ୍ଲା ଟାର୍ଗେଟ୍‌ରେ ନେତାନ୍ୟାହୁ

ହିଜବୁଲ୍ଲା ଟାର୍ଗେଟ୍‌ରେ ନେତାନ୍ୟାହୁ

ଜେରୁଜେଲମ: ଇସ୍ରାଏଲର ଦକ୍ଷିଣ ହାଇଫାର କେସରିୟାରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ନିକଟରେ ଏକ ଡ୍ରୋନ୍ ମାଡ଼ ହୋଇଛି। ଲେବାନନ୍ ତଥା ଇରାନ୍ ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି। ହମାସ ମୁଖ୍ୟ ୟାହୟା ସିନୱାରଙ୍କ ମୃତ୍ୟୁ ସମ୍ବାଦ ସ୍ପଷ୍ଟ ହେବାର ଠିକ୍ ଦିନକ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ପୂର୍ବକ ଏପ୍ରକାର ଡ୍ରୋନ୍ ଆକ୍ରମଣ କରିଛି ହିଜବୁଲ୍ଲା। ସୁତରାଂ ହିଜବୁଲ୍ଲା ଏବେ ଇସ୍ରାଏଲ୍ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଅନ୍ୟପକ୍ଷେ ହିଜବୁଲ୍ଲାର ଏହି ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବାରେ ଇସ୍ରାଏଲୀୟ ଏୟାର ଡିଫେନ୍ସ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ଏସମ୍ପର୍କରେ ସୂଚନା ଦେଇ ଇସ୍ରାଏଲ୍ ସେନାବାହିନୀ (ଆଇଡିଏଫ୍‌) କହିଛି, ହିଜବୁଲ୍ଲା ପକ୍ଷରୁ କରାଯାଇଥିବା ୩ୟ ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ପୂର୍ବାଭାସ ମିଳିପାରିନଥିଲା। ତେବେ ଏସମ୍ପର୍କରେ ଜାଣିବା ବେଳକୁ ଆକ୍ରମଣ ଯୋଜନାକୁ ବିଫଳ କରିବା ପାଇଁ ମାତ୍ର ଅଳ୍ପ ସମୟ ହିଁ ମିଳିପାରିଥିଲା। ତେବେ ବିପକ୍ଷ ରାଷ୍ଟ୍ରପଟୁ ଆସିଥିବା ଏକ ଡ୍ରୋନ୍ ଏକ ଖୋଲା ଅଞ୍ଚଳରେ ପଡ଼ିଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି। ସେହିପରି ଇସ୍ରାଏଲ୍ ଗଣମାଧ୍ୟମ ମଧ୍ୟ ଦକ୍ଷିଣ ହାଇଫାର କେସରିୟାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବାସଭବନ ନିକଟରେ ଏକ ଡ୍ରୋନ୍ ବିସ୍ଫୋରଣ ହୋଇଥିବା ସମ୍ବାଦକୁ ସ୍ପଷ୍ଟ କରିଛି।

ଇସ୍ରାଏଲ୍ ସେନା ଅନୁଯାୟୀ, ତିନିଟି ଡ୍ରୋନ୍ ଲେବାନନ ପ୍ରାନ୍ତରୁ ହାଇଫା ଆଡକୁ ଆସିଥିଲା, ସେଥିମଧ୍ୟରୁ କେବଳ ଦୁଇଟି ଚିହ୍ନଟ ହୋଇଥିଲା ଏବଂ ତାକୁ ଅଟକାଯାଇଥିଲା। ତୃତୀୟ ଡ୍ରୋନ୍‌ଟି କେସରିୟାରେ ଥିବା ଏକ କୋଠା ଉପରେ ମାଡ଼ ହୋଇଥିଲା। ଏହି ବିସ୍ଫୋରଣ ବେଶ୍ ଶକ୍ତିଶାଳୀ ଥିଲା। ଡ୍ରୋନ୍ ସିଧାସଳଖ ଟାର୍ଗେଟକୁ ମାରିବାରେ ସକ୍ଷମ ଥିଲା। ଡ୍ରୋନ୍ ଆକ୍ରମଣ ହେବା ପରେ ପରେ ଆଜି ସକାଳେ ହାଇଫା ଅଞ୍ଚଳରେ ୱାର୍ଣ୍ଣିଂ ସାଇରନ୍ ବାଜି ଉଠିଥିଲା ବୋଲି ଆଇଡିଏଫ୍ କହିଛି। ଅନ୍ୟପକ୍ଷେ ଡ୍ରୋନ ମାଡ଼ ସମୟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କେସରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ଥିଲେ ନା ନାହିଁ ସେସମ୍ପର୍କରେ ଆଇଡିଏଫ୍ ସ୍ପଷ୍ଟ କରି ନାହିଁ। କିନ୍ତୁ ଆକ୍ରମଣ ସମୟରେ ନେତାନ୍ୟାହୁ ଘରେ ନଥିଲେ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking