30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶପ୍ରତିଶୋଧ ନେଲା ହିଜବୁଲ୍ଲା; ଇସ୍ରାଏଲ ଉପରେ ୧୬୫ରୁ ଅଧିକ ମିସାଇଲ୍ ଆଟାକ୍‌

ପ୍ରତିଶୋଧ ନେଲା ହିଜବୁଲ୍ଲା; ଇସ୍ରାଏଲ ଉପରେ ୧୬୫ରୁ ଅଧିକ ମିସାଇଲ୍ ଆଟାକ୍‌

ଜେରୁଜେଲମ୍‌: ଇସ୍ରାଏଲ୍ ଉପରେ ଲେବାନନ୍ ସ୍ଥିତ ହିଜବୁଲ୍ଳା ସଂଗଠନ ଏକ ଭୟାବହ ଆକ୍ରମଣ କରିଛି। ଗତ ୧୮ ଘଣ୍ଟା ମଧ୍ୟରେ ହିଜବୁଲ୍ଲା ଇସ୍ରାଏଲ୍ ଉପରେ ପ୍ରାୟ ୧୬୫ରୁ ଅଧିକ ମିସାଇଲ୍ ମାଡ଼ କରିଛି। ଏଥିରେ ଜଣେ ଶିଶୁ ସମେତ ୭ଜଣ ଆହତ ହୋଇଛନ୍ତି। ସେହିପରି କିଛି ଆବାସିକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ହିଜବୁଲ୍ଲା ପଟୁ ଏପ୍ରକାର ଆକ୍ରମଣ ସମ୍ପର୍କରେ ଇସ୍ରାଏଲ୍ ମଧ୍ୟ ସ୍ପଷ୍ଟ କରିଛି। ଇସ୍ରାଏଲ୍ ସେନାବାହିନୀ (ଆଇଡିଏଫ୍‌) ଅନୁସାରେ ହିଜବୁଲ୍ଲା ଆକ୍ରମଣ ମୁଖ୍ୟତଃ ଉତ୍ତର ଭାଗରେ ଥିବା ଦୁଇଟି ସହର ହାଫିଆ ଏବଂ ଗାଲିଲି ପ୍ରାନ୍ତରେ ହୋଇଛି। ଏଥିରେ ସେପରି ବିଶେଷ କ୍ଷତି ହୋଇନଥିଲେ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି। କିନ୍ତୁ ହିଜବୁଲ୍ଲା କହିଛି ଯେ, ଇସ୍ରାଏଲ୍ ଉପରେ ହୋଇଥିବା ମିସାଇଲ୍ ଆକ୍ରମଣ ସଫଳ ଭାବେ ଟାର୍ଗେଟ୍ ସ୍ଥଳୀରେ ମାଡ଼ ହୋଇଛି। ଇସ୍ରାଏଲ୍‌ର ଆଇରନ୍ ଡୋମ୍ ଏସବୁ ମିସାଇଲ୍‌ଗୁଡ଼ିକୁ ପ୍ରତିହତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ହାଫିଆ ପ୍ରାନ୍ତରେ ୯୦ରୁ ଅଧିକ ମିସାଇଲ୍ ଏବଂ ଗାଲିଲି ପ୍ରାନ୍ତରେ ୬୦ରୁ ଅଧିକ ମିସାଇଲ୍ ଆଟାକ୍ କରାଯାଇଛି। ତେବେ ହିଜବୁଲ୍ଲାର ଏପ୍ରକାର ଆକ୍ରମଣ ଇସ୍ରାଏଲ୍‌କୁ ପୁଣିଥରେ ଲେବାନନ୍ ପ୍ରାନ୍ତରେ ବୋମାବର୍ଷା କରିବା ପାଇଁ ଭଡକାଇବା ଭଳି ହୋଇଛି।
ସେପ୍ଟେମ୍ବର ୨୭ରେ ଇସ୍ରାଏଲ ଆକ୍ରମଣରେ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ୍ ନସରଲ୍ଲାଙ୍କ ମୃତ୍ୟୁ ହେବା ପରଠାରୁ ହିଜବୁଲ୍ଲା, ଇସ୍ରାଏଲ୍ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ରହିଥିଲା। ନସରଲ୍ଲାଙ୍କ ସ୍ଥାନରେ ନାଇମ୍ କ୍ୱାସୀମ ସଂଗଠନର ନୂଆ ମୁଖ୍ୟ ହେବା ପରେ ଇସ୍ରାଏଲ୍ ଉପରେ ଏହା ହିଜବୁଲ୍ଲାର ପ୍ରଥମ ବଡ଼ ଧରଣର ଆକ୍ରମଣ ବୋଲି କୁହାଯାଉଛି। ସୁଯୋଗ ମିଳିବା ମାତ୍ରେ ହିଜବୁଲ୍ଲା ଇସ୍ରାଏଲ୍ ଉପରେ ନିଆଁବର୍ଷା କରିଛି। ଫଳରେ ପୁଣିଥରେ ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଉଠିଛି। ହିଜବୁଲ୍ଲା ଆକ୍ରମଣରେ ଅନେକ ଆହତ ହୋଇଥିବା ବେଳେ ଇସ୍ରାଏଲର ଏହି ଦୁଇ ସହରରେ ଗାଡ଼ି ଓ ଘରଦ୍ୱାର ଆଦି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କିଛି ଗାଡ଼ିରେ ନିଆଁ ଲାଗି ଯାଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଲେବାନନର ସୀମାରୁ ହିଜବୁଲ୍ଲାର ଏକାକାଳୀନ ଏତେ ପରିମାଣର ମିସାଇଲ ମାଡ଼ କରିବାରୁ ଇସ୍ରାଏଲ ବିଭିନ୍ନ ସ୍ଥାନରେ ସାଇରନ ବାଜିବା ଆରମ୍ଭ ହୋଇଥିଲା। ସାଇରନ ବାଜୁଥିବା ବେଳେ ଲୋକମାନେ ବଙ୍କରରେ ଭିତରେ ପଶିବା ଆରମ୍ଭ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking