22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୭ ମିନିଟ୍‌ରେ ୬୦ ମିସାଇଲ ମାଡ଼ କଲା ହିଜବୁଲ୍ଲା

୭ ମିନିଟ୍‌ରେ ୬୦ ମିସାଇଲ ମାଡ଼ କଲା ହିଜବୁଲ୍ଲା

ଜେରୁଜେଲମ: ଶନିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନକୁ ଟାର୍ଗେଟ୍ କରିବା ପୂର୍ବକ ହିଜବୁଲ୍ଲା ଡ୍ରୋନ୍ ଆକ୍ରମଣ କରିଥିବା ବେଳେ ଏହାର ଦୃଢ଼ ଜବାବ ଦେଇଛି ଇସ୍ରାଏଲ୍ ସେନା। ଲେବାନନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବ ଲେବାନନ୍ ପ୍ରାନ୍ତରେ ଏକ ଆବାସିକ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଇସ୍ରାଏଲ ବାୟୁସେନା କରିଥିବା ବୋମାମାଡ଼ରେ ସାହମାର ମେୟର ହାଇଦର ଶାହଲାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଆକ୍ରମଣରେ ଆହୁରି ଅନେକ ଲୋକ ଆହତ ହୋଇଥିବା ସମ୍ପର୍କରେ ମଧ୍ୟ ସୂଚନା ମିଳିଛି। ଭଗ୍ନାବଶେଷ ତଳେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଗଣମାଧ୍ୟମ ରିପୋର୍ଟ କରିଛି। ଅନ୍ୟପକ୍ଷେ ଦକ୍ଷିଣ ବେରୁଟ ବାସିନ୍ଦାଙ୍କ ପାଇଁ ଇସ୍ରାଏଲ ସେନା ସ୍ଥାନ ଛାଡି ଅନ୍ୟତ୍ର ପଳାଇଯିବାକୁ ଚେତାବନୀ ଜାରି କରିଥିବା ଜଣାପଡିଛି।

ଲେବନାନ ରାଜଧାନୀର ସେହି ଅଞ୍ଚଳ ଉପରେ ଆକ୍ରମଣ ପରେ ଚେତାବନୀ ଦିଆଯାଇଛି। ପ୍ରକାଶ, ଶନିବାର ହିଜବୁଲ୍ଲା ପକ୍ଷରୁ ନେତାନ୍ୟାହୁଙ୍କ ବାସଭବନ ଠିକଣାରେ ଡ୍ରୋନ୍ ଆକ୍ରମଣ କରାଯିବା ପୂର୍ବରୁ ଇସ୍ରାଏଲ୍‌ର ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରାଯାଇ ମାତ୍ର ୭ ମିନିଟ୍‌ରେ ପ୍ରାୟ ୬୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ହିଜବୁଲ୍ଲାର ଏପ୍ରକାର ଆକ୍ରମଣକୁ ଯଦିଓ ଇସ୍ରାଏଲ୍ ସେନାର ଡିଫେନ୍ସ ସିଷ୍ଟମ୍ ଦ୍ୱାରା ପ୍ରତିହତ କରାଯାଇଛି, ଇସ୍ରାଏଲ୍ ସେନା କିନ୍ତୁ ଏହାକୁ ନେଇ ଅଧିକ ଆକ୍ରମଣାତ୍ମକ ହୋଇପଡି ଆକ୍ରମଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking