30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶରାଷ୍ଟ୍ରପତି ଭବନରେ ବୀର ଯବାନଙ୍କୁ ବୀରତା ସମ୍ମାନ

ରାଷ୍ଟ୍ରପତି ଭବନରେ ବୀର ଯବାନଙ୍କୁ ବୀରତା ସମ୍ମାନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ରକ୍ଷା ଅଳଙ୍କରଣ ସମାରୋହରେ ବୀର ଯବାନଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରିଛନ୍ତି । ସଶସ୍ତ୍ର ବଳ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ପୋଲିସର କର୍ମଚାରୀଙ୍କୁ ଏହି ସମ୍ମାନଜନକ ଗାଲାଣ୍ଟ୍ରି ଆୱାର୍ଡ ପ୍ରଦାନ କରାଯାଇଛି । ୧୦ ଜଣଙ୍କୁ କୀର୍ତ୍ତି ଚକ୍ର (୭ ମରଣୋତ୍ତର) ଓ ୨୬ଜଣଙ୍କୁ ଶୌର୍ୟ୍ୟ (୭ ମରଣୋତ୍ତର) ଚକ୍ର ପ୍ରଦାନ କରାଯାଇଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଦେଶପାଇଁ ବଳିଦାନ ଦେଇଥିବା ଭାରତୀୟ ସେନା, ସିଆରପିଏଫ, ଆଇଟିବିପି ଓ ପୋଲିସ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ । କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୬ ଦୁଃସାହାସୀ ଅଧିକାରୀଙ୍କୁ ରାଷ୍ଟ୍ରପତି ଭବନରେ ଅସାଧାରଣ ବୀରତା ଲାଗି ୪ କୀର୍ତ୍ତି ଚକ୍ର ଓ ୨ଟି ଶୌର୍ୟ୍ୟ ଚକ୍ର ପ୍ରଦାନ କରାଯାଇଛି । ଔରଙ୍ଗାବାଦ, ବିହାର, ଶ୍ରୀନଗର, ଜମ୍ମୁକାଶ୍ମୀର ଓ ବିଜାପୁର, ଛତିଶଗଡ଼ରେ ଅପରେସନ ସମୟରେ ଅସାଧାରଣ ବୀରତା ପ୍ରଦର୍ଶନ କରିଥିବାରୁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking