ଭୁବନେଶ୍ୱର : ଭିଟାମିନ ବି ୧୨ ହେଉଛି ଏକ ଉପାଦାନ ଯାହା ଆମ ଶରୀରର ଉପାଦାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ ବି ୧୨ ଡିଏନଏ ତିଆରି କରିବାରେ ଏବଂ ଆମ କୋଷରେ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରେ । ଶରୀରରେ ଭିଟାମିନ ବି ୧୨ ଅଭାବ ଥିଲେ ରକ୍ତହୀନତା , ଥକାପଣ , ଦୁର୍ୱଳତା ଅନୁଭବ ହୁଏ । ଭିଟାମିନ ବି ୧୨କୁ ବଢାଇବା ପାଇଁ ହେଲେ ମୁଗ ପାଣି ପିଇବା ଉଚିତ । ନଚେତ ମୁଗ ଡାଲି ପିଇବା ଉଚିତ । ରାତିରେ ଶୋଇବା ପୂର୍ୱରୁ ଏକ କପ ମୁଗକୁ ରାତିରେ ଭିଜାଇ ରଖି ଦିଅନ୍ତୁ ତାପରେ ସକାଳେ ସେଥିରେ କିଛି ପିଆଜ କିମ୍ବା ଟମାଟ କିମ୍ବା ଲେମ୍ବୁ ପକାଇ ଖାଇପାରିବେ । ଭିଟାମିନ ବି ୧୨ ଅଧିକାଂଶ ଭେଜ ଆଇଟମରେ ମିଳିଥାଏ । ଏପରି ଖାଇବା ଦ୍ୱାରା ଭିଟାମିନର ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ ।










