25.1 C
Bhubaneswar
Wednesday, October 30, 2024
Homeଓଡିଶାଆସିଲା ଡ୍ୟାନ୍ସ ବାର୍ ଗାଇଡ ଲାଇନ୍ ; ନାଚିବେନି, ଗୀତ ଗାଇବେ

ଆସିଲା ଡ୍ୟାନ୍ସ ବାର୍ ଗାଇଡ ଲାଇନ୍ ; ନାଚିବେନି, ଗୀତ ଗାଇବେ

ଭୁବନେଶ୍ବର : ଡ୍ୟାନ୍ସ ବାରକୁ ନେଇ ଆସିଲା ବଡ଼ ଖବର । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଣିକି ଡ୍ୟାନ୍ସ ବାରରେ ନାଚି ପାରିବେନି ଯୁବତୀ । କେବଳ ଗୀତ ଗାଇବା ଓ ମ୍ୟୁଜିକାଲ ଆରକେଷ୍ଟ୍ରା ପାଇଁ ମିଳିଲା ଅନୁମତି । ୨୧ବର୍ଷରୁ କମ୍ ଯୁବତୀଙ୍କୁ ବାରରେ କାମ କରିବାକୁ ମିଳିବନି ଅନୁମତି । ବାର ଭିତରେ ସିସିଟିଭି ଲଗାଇବାକୁ ବାଧ୍ୟତା ମୂଳକ କରାଯାଇଛି । ୩ ମାସ ଷ୍ଟୋରେଜ ଥିବା ପରି ଲାଗିବ ସିସିଟିଭି । ସେହିଭଳି ଭାବେ ଷ୍ଟେଜ ୩ଫୁଟ ଉଚ୍ଚତା ଥିବାବେଳେ ଗ୍ରାହକମାନେ ୫ଫୁଟ ଦୂରତାରେ ବସିବେ । ଅଶ୍ଳୀଳ ଡ୍ରେସ ପିନ୍ଧି ଯୁବତୀ କାମ କରିପାରିବେ ନାହିଁ । ଷ୍ଟେଜ ଉପରକୁ ଟଙ୍କା ଫିଙ୍ଗି ପାରିବେ ନାହିଁ ଗ୍ରାହକ ବୋଲି ଆସିଛି ଗାଇଡ଼ ଲାଇନ ।

କଣ ରହିଛି ସର୍ତ୍ତ?

-୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳା ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ
-ବାରରେ ସିସିଟିଭି କ୍ୟାମେରା ଲାଗିବ, ଯାହା ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ
-ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ
-ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯାଇ ପାରିବ ନାହିଁ
-ସିସିଟିଭି ହାର୍ଡ ଡିସ୍କରେ ଅତିକମରେ ୩ ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବ
-ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ
-ସିସିଟିଭି ଖରାପ ହେଲେ ବାରମାଲିକ ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଜଣାଇବେ
-ସିସିଟିଭି ଠିକ୍ ନହେଲା ଯାଏଁ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ
-ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟ୍ରାର ରଖିବାକୁ ପଡ଼ିବ
-ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ଭୋଟର ପରିଚୟ ପତ୍ର ଅବା ଆଧାର କାର୍ଡ ଦେବାକୁ ପଡ଼ିବ
-ଆବେଦନକାରୀଙ୍କୁ ଏହି ନାମ ଓ ଠିକଣାଗୁଡ଼ିକର ସତ୍ୟତା ଯାଂଚ କରିବାକୁ ପଡ଼ିବ
-ପୋଷାକ ଶାଳୀନତା ଭିତରେ ରହିବା ଆବଶ୍ୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking