21.1 C
Bhubaneswar
Friday, December 27, 2024
Homeଦେଶ ବିଦେଶ୨୬ରେ ଶପଥ ନେବେ ହେମନ୍ତ ସାରନ

୨୬ରେ ଶପଥ ନେବେ ହେମନ୍ତ ସାରନ

ନୂଆଦିଲ୍ଲୀ: ୨୬ରେ ଝାଡ଼ଖଣ୍ଡର ଶପଥଗ୍ରହଣ ସମାରୋହ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ସମାରୋହକୁ ଆସିବେ ମମତା ବାନାର୍ଜୀ । ୨୦୨୪ ବିଧାନସଭା ନିର୍ବାଚନରେ ଜନାଦେଶ । ଝାଡ଼ଖଣ୍ଡରେ ଶାସକ ଦଳ ହାତରେ ବଜାୟ ରହିଲା କ୍ଷମତା । ଝାଡ଼ଖଣ୍ଡରେ ଜେଏମ୍‌ଏମ୍ -କଂଗ୍ରେସ ଇଣ୍ଡିଆ ମହାଗଠବନ୍ଧନ (ଇଣ୍ଡିଆ) ସାନଦାର ବିଜୟ ହାସଲ କରିଛି । ଇତିହାସ ରଚିଛନ୍ତି ଜେଏମଏମ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତା ହାତେଇଛନ୍ତି । ୨୦୨୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉଭୟ ଶାସକ ଇଣ୍ଡିଆ ମେଣ୍ଟ ଏବଂ ବିରୋଧୀ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପାଇଁ ଚ୍ୟାଲେଞ୍ଜିଂ ଥିଲା । ଆଉ ଏହାକୁ ଅଧିକ ଗୋଳମାଳିଆ କରିଥିଲା ଓପିନିଅନ ପୋଲ ଏବଂ ଏକଜିଟ ପୋଲ ଆକଳନ । ନଭେମ୍ବର ୨୩ ଜନାଦେଶ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛି । ପୂର୍ଣ୍ଣ ବହୁମତ ସହ ଝାଡ଼ଖଣ୍ଡରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ । ନିର୍ବାଚନର ପୂରା ଦାୟିତ୍ୱ ନିଜେ ମୁଣ୍ଡାଇ ଥିଲେ ହେମନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking