30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଭାରତ ମହାସାଗରରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

ଭାରତ ମହାସାଗରରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ପବନ ହଂସ ହେଲିକପ୍ଟର ଆଣ୍ଡାମାନ ଉପକୂଳର ଭାରତ ମହାସାଗରରେ ମଙ୍ଗଳବାର ଦିନ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସମେତ ୫ ଜଣ ଯାତ୍ରୀଙ୍କୁ ନେଇ ଜରୁରୀକାଳୀନ ଅବତରଣ କରିଥିଲା। ହେଲିକପ୍ଟରଟି ପୋର୍ଟ ବ୍ଲେୟାରରୁ ଉଡ଼ାଣ ଭରିବା ପରେ ମାୟାବନ୍ଦର ଅଭିମୁଖେ ଯାଉଥିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।ବିମାନରେ ଥିବା ସମସ୍ତ 5 ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। “ଆଜି ସକାଳ ପ୍ରାୟ 9:30 ସମୟରେ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମାୟାବନ୍ଦର ନିକଟରେ ଏକ ପବନ ହଂସ ହେଲିକପ୍ଟର ଏକ ଛୋଟ ଅବତରଣ ଘଟଣାର ସମ୍ମୁଖୀନ ହୋଇଥିଲା ଏନେଇ ପବନ ହଂସର ଜଣେ ମୁଖପାତ୍ର କହିଛନ୍ତି। “ହେଲିକପ୍ଟରଟି ପୋର୍ଟ ବ୍ଲେୟାରରୁ ଦୁଇ ଜଣ କ୍ରୁ ସଦସ୍ୟ ଏବଂ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇଛି ଏବଂ ସୁରକ୍ଷିତ ଅଛନ୍ତି। କୌଣସି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking