24.1 C
Bhubaneswar
Tuesday, February 10, 2026
Homeଓଡିଶାକୋର୍ଟରେ ହାଜର ହେଲେନି ଶଶୀଭୂଷଣ

କୋର୍ଟରେ ହାଜର ହେଲେନି ଶଶୀଭୂଷଣ

ବାଙ୍କୀ : ବଧୂ ନିର୍ୟାତନା ଅଭିଯୋଗ ମାମଲାରେ କୋର୍ଟରେ ହାଜର ହେଲେନି ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା। ବାଙ୍କୀ ଏସଡିଜେଏମ କୋର୍ଟରେ ଆଜି ମାମଲାର ଶୁଣାଣି ଥିବା ବେଳେ ଶଶୀଭୂଷଣ ବେହେରା ଦ୍ୱିତୀୟ ଥର ପାଇଁ ହାଜର ହୋଇ ନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ କୋର୍ଟକୁ ଆସିନଥିବା ସୂଚନା ମିଳିଛି। ତେବେ ମାମଲାରେ ଅନ୍ୟତମ ଅଭିଯୁକ୍ତ ତାଙ୍କ ପୁଅ ସତ୍ୟଭୂଷଣ ବେହେରା କିନ୍ତୁ କୋର୍ଟରେ ହାଜର ହୋଇଥିଲେ। ନିଜ ବୋହୁ ରୋନାଲୀ ବେହାରାଙ୍କୁ ନିର୍ୟାତନା ଅଭିଯୋଗ ମାମଲାରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ତାଙ୍କ ପୁଅ ସତ୍ୟଭୂଷଣ ବେହେରାଙ୍କ ବିରୋଧରେ ବାଙ୍କୀ ଏସଡିଜେଏମ୍ କୋର୍ଟରେ ମାମଲା ଚାଲିଛି। ଆଗାମୀ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ରୋନାଲି କରିଥିବା ଅଭିଯୋଗ ଅନୁଯାୟୀ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ। ଏନେଇ ଶ୍ୱଶୁରଙ୍କୁ ଜଣାଇବା ପରେ ସେ ତାଙ୍କୁ ଓଲଟା ଗାଳିଗୁଲଜ କରୁଥିଲେ। ତେଣୁ ସେ ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସମେତ ୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking