27.1 C
Bhubaneswar
Sunday, March 22, 2026
Homeଓଡିଶାବସ୍ତାନି ଭାରି, ପାଠ ଶୂନ : ନବୀନ

ବସ୍ତାନି ଭାରି, ପାଠ ଶୂନ : ନବୀନ

ଭୁବନେଶ୍ବର: ଡବଲ ଇଞ୍ଜିନ ବିଜେପି ସରକାରରେ ଓଡ଼ିଶାକୁ ଆଗକୁ ଯିବା ବଦଳରେ ଓଲଟା ଦିଗରେ ଗତି କଲା ଭଳି ମନେ ହେଉଛି। ପୂର୍ବରୁ ରୂପାନ୍ତରଣ ପାଇଁ ଜଣାଶୁଣା ଥିବା ଓଡ଼ିଶା ଏବେ କେବଳ ନାମ ଓ ରଙ୍ଗ ପରିବର୍ତ୍ତନ ପାଇଁ ପରିଚିତ ହେଉଛି ବୋଲି ଚଳିତ ବଜେଟ୍‌ ଅଧିବଶେନ ସାଧାରଣ ଆଲୋଚନାରେ ଭାଗ ନେଇ ଏହା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଥିଲେ ଯେ ବିଜେଡି ସରକାର ସମୟରେ ଓଡ଼ିଶା ସବୁବେଳେ ଏକ ବିକାଶଶୀଳ ରାଜ୍ୟ ଭାବେ ଜଣାଯାଉଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ଏହା ସାହାଯ୍ୟ କରୁଥିଲା। ଅନେକ କେନ୍ଦ୍ରୀୟ ପ୍ରତିଷ୍ଠାନ ଏହା ସଂପର୍କରେ ଉଲ୍ଲେଖ କରିଛନ୍ତି। ମାତ୍ର ଡବଲ ଇଞ୍ଜିନ ସରକାର ଏହି ବର୍ଷ ଅଭିବୃଦ୍ଧି ହାର ୧୦% ରୁ ୮%କୁ ହ୍ରାସ କରିଛି। ପ୍ରକୃତରେ ବଜେଟ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି।ଡବଲ ଇଞ୍ଜିନ ସରକାରରେ ଖୋଲା ବଜାରରୁ ଋଣ ଭାର ୪୬ହଜାର କୋଟିରୁ ଅଧିକ ବୃଦ୍ଧି ପାଇଛି। ଡବଲ ଇଞ୍ଜିନ୍ ସରକାର ଡବଲ ଲାଭ ଆଣିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଥିଲା। କିନ୍ତୁ ଏହା ଡବଲ ଦୁଃଖରେ ପରିଣତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ଆକାରରେ ମିଳୁଥିବା ପାଣ୍ଠି ପୂର୍ବବର୍ଷ ଗୁଡ଼ିକ ତୁଳନାରେ ବୃଦ୍ଧି ହୋଇନାହିଁ। ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ଦୃଢ଼ ଆର୍ଥିକ ସ୍ଥିତି ପାଇଁ ରାଜ୍ୟ ବିଜେପି ସରକାର ପୂର୍ବ ବିଜେଡି ସରକାରଙ୍କୁ ଧନ୍ୟବାଦ ଦେବା ଉଚିତ। ଡବଲ ଇଞ୍ଜିନ୍ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟ କମାଇ ଦେଇଛନ୍ତି। ‘ସ୍କିଲ୍‌ଡ ଇନ୍ ଓଡିଶା’ର ନାମ ପରିବର୍ତ୍ତନ କରି ‘ସ୍କିଲ୍‌ଡ ଫର ଦି ୱାର୍ଲ୍ଡ’ କରିବା ଦ୍ୱାରା ଓଡ଼ିଶାର ଯୁବକଯୁବତୀ କିପରି ସାହାଯ୍ୟ ପାଇବେ ? ରାଜ୍ୟ ସରକାର ଓଡ଼ିଶାରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିପାରିବେ ନାହିଁ ବୋଲି ଏଥିରୁ ପ୍ରମାଣିତ ହେଉଛି। ମିସନ୍‌ ଶକ୍ତି ମା’ମାନେ ସେମାନଙ୍କର ଦାବି ପାଇଁ ଆନ୍ଦୋଳନରେ ବସିଛନ୍ତି। ବିଜେପି ସରକାର ୨୦୨୭ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି। ଗତ ବଜେଟରେ ବକ୍ତବ୍ୟ ଦେବା ବେଳେ ଲକ୍ଷପତି ଦିଦିଙ୍କ ତାଲିକା ଦାଖଲ କରିବାକୁ ଦାବି କରିଥିଲି। ସରକାର ଗୃହରେ ତାଲିକା ଉପସ୍ଥାପନ କଲେ ନାହିଁ ବରଂ ମିସନ ଶକ୍ତି ପାଇଁ ବ୍ୟୟବରାଦ ହ୍ରାସ କରିଛନ୍ତି। ସରକାରଙ୍କ ବଜେଟ ବସ୍ତାନି ଭାରି, କିନ୍ତୁ ପାଠ ଘର ଶୂନ କହି ନବୀନ କଟାକ୍ଷ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking