23.1 C
Bhubaneswar
Monday, January 19, 2026
Homeଦେଶ ବିଦେଶରୁଷ୍‌ରେ ପ୍ରବଳ ତୁଷାରପାତ: ୨ ମୃତ

ରୁଷ୍‌ରେ ପ୍ରବଳ ତୁଷାରପାତ: ୨ ମୃତ

ମସ୍କୋ: ରୁଷ୍‌ର କାମଚାଟକା ଉପଦ୍ୱୀପରେ ଶୀତକାଳୀନ ଝଡ଼ ଯୋଗୁ ପ୍ରବଳ ତୁଷାରପାତ ହୋଇଛି। ବିଭିନ୍ନ ଅଞ୍ଚଳ ବରଫ ଚାଦର ତଳେ ଚାପି ହୋଇ ରହିଛି। ବହୁତଳ କୋଠାର ଚାରି ମହଲା ପର୍ଯ୍ୟନ୍ତ ବରଫରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି। ପ୍ରବଳ ତୁଷାରପାତ ଯୋଗୁ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତୁଷାରପାତ ଯୋଗୁ ଅତି କମ୍‌ରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।ପେଟ୍ରୋପାଭଲୋଭସ୍କ-କାମଚାଟସ୍କିରେ ଦୁଇଜଣ ଲୋକଙ୍କ ଉପରେ ଛାତରୁ ବରଫ ଖସି ପଡ଼ିବାରୁ ବରଫ ତଳେ ଚାପି ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁବାର ତୁଷାରପାତ ଜନିତ ପ୍ରଥମ ମୃତ୍ୟୁ ପରେ ତୁଷାର ଅପସାରଣ ଏବଂ ଜରୁରୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ମେୟର ୟେଭଗେନି ବେଲିଆୟେଭ ନିର୍ଦ୍ଦେଶ ଦେବା ସହିତ ସହରବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ବେଲିଆୟେଭ ପପର୍ଟି ପରିଚାଳନା କମ୍ପାନୀଗୁଡ଼ିକୁ ତୁରନ୍ତ ଛାତ ସଫା କରିବାରେ ବିଫଳ ହେବା ପାଇଁ ସମାଲୋଚନା କରିଥିଲେ। କେତେକ ଭାଇରାଲ ଭିଡିଓରେ କୋଠାଗୁଡ଼ିକର ଚାରିମହଲା ପର୍ଯ୍ୟନ୍ତ ବରଫ ଆଛାଦିତ ହୋଇରହିଥିବା ଏବଂ ପିଲାମାନେ ବରଫରେ ଖେଳୁଥିବାର ଦେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking