26.1 C
Bhubaneswar
Monday, December 15, 2025
Homeଦେଶ ବିଦେଶନାସିକ୍‌ରେ ପ୍ରବଳ ବର୍ଷାଯୋଗୁ ଆସିପାରୁନି ପିଆଜ

ନାସିକ୍‌ରେ ପ୍ରବଳ ବର୍ଷାଯୋଗୁ ଆସିପାରୁନି ପିଆଜ

କଟକ: ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ନାସିକ୍‌ରୁ ଛତ୍ରବଜାରକୁ ଏବେ ପିଅଜ ଆମଦାନି ହେଉଛି। କେବଳ ନାସିକ୍ ହିଁ ବର୍ତ୍ତମାନ ଭରସା। ହେଲେ ସେଠାରେ ପ୍ରବଳ ବର୍ଷା ହୋଇ କ୍ଷେତରେ ପିଆଜ ନଷ୍ଟ ହୋଇଛି। ଏବେ ସେଠାକାର ଚାଷୀମାନଙ୍କ ପାଖରେ ଯେତିକି ମହଜୁଦ୍ ଅଛି ସେମାନେ ଉଚ୍ଚା ଦରରେ ରତ୍ପାନୀ କରୁଛନ୍ତି। ପିଆଜ ସଙ୍କଟ ହେତୁ ଚାଷୀମାନେ ଦର କମାଉନାହାନ୍ତି। ସେମାନେ ବି ଅଧିକ ଲାଭ ଉଠାଇବାକୁ ଚାହୁଁଛନ୍ତି। ଫଳରେ କଟକରେ ଦର ବୃଦ୍ଧିର କାରଣ ହେଉଛି। ଆନ୍ଧ୍ରର କର୍ଣ୍ଣଲରୁ ଗଣେଶ ପୂଜା ପରେ ପିଆଜ ଆସିବ। ସେଠାରେ ପାଗ ଅନୁକୂଳ ରହିଲେ ଏବଂ ଭଲ ଫସଲ ହୋଇଥିଲେ ପିଆଜ ଦର କମିବ। ନଚେତ ପୁଣି ଦର ଅଧିକ ରହିବ। ଗଣେଶ ପୂଜା ଯାଏ ପିଆଜ ଦର ଏମିତି ବଢ଼ି ରହିବ। ଦୈନିକ ଛତ୍ରବଜାରକୁ ୧୨୦ରୁ ୧୪୦ ଟନ୍ ଭଳି ପିଆଜ ଆବଶ୍ୟକ ହୋଇଥାଏ। ଓଡ଼ିଶାରେ ପିଆଜ ଉତ୍ପାଦନ ନଥିବାରୁ ନାସିକ୍ ଓ କର୍ଣ୍ଣଲ ଉପରେ ଓଡ଼ିଶା ବଜାର ନିର୍ଭର କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking