22.1 C
Bhubaneswar
Thursday, February 12, 2026
Homeଓଡିଶାଗୁଜରାଟରେ ପ୍ରବଳ ବର୍ଷା: ଆଜି ସ୍କୁଲ, କଲେଜ ଛୁଟି ଘୋଷଣା

ଗୁଜରାଟରେ ପ୍ରବଳ ବର୍ଷା: ଆଜି ସ୍କୁଲ, କଲେଜ ଛୁଟି ଘୋଷଣା

ଅହମ୍ମଦାବାଦ : ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି। ବିଗତ ଚବିଶ ଘଣ୍ଟା ମଧ୍ୟରେ କେବଳ ଅହମ୍ମଦାବାଦରେ ୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦୁଇ ତିନିଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହାକୁ ଦୃଷ୍ଟିରେ ରଖି ଆଜି (ମଙ୍ଗଳବାର) ସବୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି। ରେଳଧାରଣା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ତିନିଟି ଟ୍ରେନ ଯଥା ଅହମ୍ମଦାବାଦ-ଭଦୋଦରା ଇଣ୍ଟରସିଟି ଏକ୍ସପ୍ରେସ, ଭଦୋଦରା-ଅହମ୍ମଦାବାଦ ଏକ୍ସପ୍ରେସ ଏବଂ ଭଦୋଦରା-ଜାମନଗର ଏକ୍ସପ୍ରେସକୁ ବାତିଲ କରାଯାଇଛି। ଭଦୋଦରାସ୍ଥିତ ଆଜୱା ଡ୍ୟାମ୍‌ର ଜଳସ୍ତର ବିପଦ ସଙ୍କେତର ନିକଟତର ହୋଇଛି। ଆଗାମୀ ଦିନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଇଏମଡି ପକ୍ଷରୁ ସୁରଟ, ରାଜକୋଟ, ଡାମନ, ଦାଦ୍ରା ଓ ନଗର ହାଭେଳିକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking