30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆସାମରେ ପ୍ରବଳ ବର୍ଷା ; ମାଟି ଅତଡ଼ା ଖସି ଗୋଟିଏ ପରିବାରର ୫ ମୃତ

ଆସାମରେ ପ୍ରବଳ ବର୍ଷା ; ମାଟି ଅତଡ଼ା ଖସି ଗୋଟିଏ ପରିବାରର ୫ ମୃତ

ଆସାମ : ଆସାମରେ ପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁ ମାଟି ଅତଡ଼ା ଖସି ଗୋଟିଏ ପରିବାରର ୫ ମୃତ। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ଆସାମର କରିମଗଞ୍ଜ ଜିଲ୍ଲାର ଗିନାଚୋରା ଗାଁରେ ଘଟିଛି ଏଭଳି ଘଟଣା। ଗତ ତିନି ଦନଧରି ଆସାମର ଚୌହାଟୀ ସମେତ ଆଖପାଖ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଗିନାଚୋରା ଅଞ୍ଚଳରେ ୨୪ ଘଣ୍ଟା ଧରି ଲଗାଣ ବର୍ଷା ହେବାରୁ ମାଟି ଅତଡ଼ା ଖସି ରୟମୁନ ନିଶାଙ୍କ ଘର ଉପରେ ପଡ଼ିଯାଇଥିଲା। ଫଳରେ ଦିର୍ଘ ସମୟ ଧରି ମାଟି ତଳେ ଚାପି ହୋଇ ରହିଥିଲେ ରୟମୁନ ନିଶାଙ୍କ ପରିବାର। କିଛି କ୍ଷଣ ଭିତରେ ଗୋଟିଏ ପରିବାରର ବାପା ମାଆଙ୍କ ସମେତ ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଘଟଣାପରେ ପୁଲିସ ପହଞ୍ଚି ସମସ୍ତ ମୃତକଙ୍କ ଶବ ଉଦ୍ଦାର କରିଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତକଙ୍କୁ ସରକାରୀ ସହାୟତା ଯୋଗାଇବା ଲାଗି ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking