21.1 C
Bhubaneswar
Saturday, February 7, 2026
Homeଓଡିଶାଆସନ୍ତା ୧୯ ଯାଏଁ ପ୍ରବଳ ବର୍ଷିବ

ଆସନ୍ତା ୧୯ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କୁଆପଥର ମାଡ ସହ ୫୦ରୁ ୬୦ କିମି ବେଗରେ ବହିବ ପବନ। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ସୁବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି ୩୮ ମିଲିମିଟର ନୂଆପଡା ଜିଲ୍ଲାରେ। ସେହିପରି ସର୍ବାଧିକ ତାପମାତ୍ରା ବୌଦ୍ଧ ଜିଲ୍ଲାରେ ରେକର୍ଡ କରାଯାଇଛି। ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ବର୍ଷିବ। ହାଲୁକା ସହ ମଧ୍ୟମ ଧରଣର ବର୍ଷା ହେବ। ବିଜୁଳି ଘଡଘଡି ସହ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେ । ବିଜୁଳି, ଘଡଘଡି, କୁଆପଥର ବର୍ଷା ତା ସହିତ ଝଟକା ପବନ ୫୦ରୁ ୬୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ନୟାଗଡ,ଗଞ୍ଜାମ, ଗଜପତି, କୋରାପୁଟକୁ ୱାର୍ଣ୍ଣିଂ ।

ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାୟଗଡା, ମାଲକାନଗିରି ଜିଲ୍ଲାରେ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବିଜୁଳି ଘଡଘଡି ସହ ଝଟକା ପବନ ବହିବ। ୪୦ରୁ ୫୦ କିମି ପ୍ରତି ଘଣ୍ଟାରେ ପବନର ବେଗ ରହିବ। ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର,ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, ଝାରସୁଗୁଡା, ବଗରଡ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ତାରିଖରେ ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଘଡଘଡି ବର୍ଷା ସହ ବିଜୁଳି ମାରିବ ଝଟକା ପବନ ମଧ୍ୟ ବହିବ। ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଜିଲ୍ଲା ଗୁଡିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର। କୋଷ୍ଟାଲ ଓଡିଶା ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବିଜୁଳି ଘଡଘଡି ସହ ଝଟକା ପବନ ବହିବ। ୪୦ରୁ ୫୦ କିମି ଘଣ୍ଟା ପ୍ରତି ପବନର ବେଗ ରହିବ। ଆସନ୍ତା ୧୮ରେ ମଧ୍ୟ ବର୍ଷା ଲାଗି ରହିବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଅପରପକ୍ଷେ କାଳବୈଶାଖୀ ବର୍ଷାରେ ଭୁବନେଶ୍ୱର ଓ କଟକରେ ମଙ୍ଗଳବାର ଅପରାହ୍ନରେ ବର୍ଷା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking