16.1 C
Bhubaneswar
Saturday, December 6, 2025
Homeଓଡିଶାଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା: ପୂଜା ପାଇଁ ଚାରିଆଡ଼େ ଟ୍ରାଫିକ୍ ଜାମ୍

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା: ପୂଜା ପାଇଁ ଚାରିଆଡ଼େ ଟ୍ରାଫିକ୍ ଜାମ୍

ଭୁବନେଶ୍ୱର: ଆଗାମୀ ୧୨ଘଣ୍ଟାରେ ଅବପାତରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି ।  ସେପଟେ ପ୍ରବଳ ବର୍ଷା  ଓ ଏପଟେ ଦୁର୍ଗାପୂଜା ଚାଲିଥିବାରୁ ସବୁୁ ସହର ବଜାରରେ ଟ୍ରାଫିକ୍ ଜାମ ହୋଇଛି । ଘଣ୍ଟା ଘଣ୍ଟା ଧରି ଲୋକମାନେ ରାସ୍ତାରେ ଅଟକି ରହୁଛନ୍ତି । ବିଶେଷ କରି କଟକ ଓ ଭୁବନେଶ୍ୱରରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍ ଜାମ୍ । ରାସ୍ତା କଡ଼ରେ ପୂଜା ମଣ୍ଡପଗୁଡିକ ହୋଇଥିବାରୁ ଲୋକମାନେ ରାସ୍ତା ଉପରେ ଭିଡ଼ ଜମାଉଛନ୍ତି । ଅନ୍ୟପଟେ ଭୁବନେଶ୍ୱର ଟ୍ରାଫିକଗୁଡିକ ସଠିକ ପରିଚାଳନା ପାଇଁ ଟ୍ରାଫିକ ପୁଲିସର ବ୍ୟବସ୍ଥାରେ ଢ଼ିଲା ଥିବା ଭଳି ମନେ ହେଉଛି । ମୁଖ୍ୟ ମୁଖ୍ୟ ଟ୍ରାଫିକରେ ଆବଶ୍ୟକ ମୁତାବକ ଟ୍ରାଫିକ ପୁଲିସ ମୁତୟନ ହୋଇନାହାଁନ୍ତି । ଫଳରେ ଟ୍ରାଫିକଗୁଡିକରେ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking