13.1 C
Bhubaneswar
Wednesday, January 14, 2026
Homeଓଡିଶାଭୁବନେଶ୍ଵର ଓ କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା

ଭୁବନେଶ୍ଵର ଓ କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା

ଭୁବନେଶ୍ଵର : ଭୁବନେଶ୍ଵର ଏବଂ କଟକରେ କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ପ୍ରବଳ ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଛି। ଆକାଶ କଳାହାଣ୍ଡିଆ ମେଘରେ ଆଚ୍ଛନ୍ନ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୫ ଜିଲାକୁ ହଳଦିଆ ସତର୍କତା ଜାରି କରାଯାଇଥିଲା। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଥିଲା। ଏହା ସହିତ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା। ୨୧ ଏପ୍ରିଲ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ଏବଂ ବର୍ଷା ଜାରି ରହିବା ସମ୍ଭାବନା ଅଛି। ଅନେକ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯିବ।

ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ସମେତ ପ୍ରାୟ ୧୫ଟି ଜିଲାରେ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ବର୍ଷା ହେବ। ଆଇଏମଡି ଦ୍ୱାରା ମାଲକାନଗିରି ଏବଂ କୋରପୁଟରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ସମାନ ରହିବାର ସମ୍ଭାବନା ଅଛି। ଫଳସ୍ୱରୂପ, ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ସୁନ୍ଦରଗଡ଼,ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ରାୟଗଡା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କଟକ, ଅନୁଗୁଳ ଏବଂ କୋରାପୁଟ ଜିଲ୍ଲାର ବିଜୁଳି ଘଡଘଡି ସହ ବର୍ଷା ପବନ ୪୦ ରୁ ୫୦ କିମି ତଥା ମୟୁରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଏବଂ ବଲାଙ୍ଗୀର ଜିଲ୍ଲରେ କୁଆପଥର ବର୍ଷା ସମ୍ଭାବନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking