18.1 C
Bhubaneswar
Thursday, January 15, 2026
Homeଓଡିଶାଆସନ୍ତା ୩୧ତାରିଖ ପର୍ଯନ୍ତ ପ୍ରବଳ ବର୍ଷା,୪ଦିନ ପାଇଁ ବିଭନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି

ଆସନ୍ତା ୩୧ତାରିଖ ପର୍ଯନ୍ତ ପ୍ରବଳ ବର୍ଷା,୪ଦିନ ପାଇଁ ବିଭନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ପ୍ରଭାବରେ ଆସନ୍ତା ୩୧ତାରିଖ ପର୍ଯନ୍ତ ପ୍ରବଳ ବର୍ଷା ରହିଛି। ଏହି ୪ଦିନ ପାଇଁ ବିଭନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦କିମି ରହିବ। ଆସନ୍ତା ୧୨ଘଣ୍ଟା ମତ୍ସ୍ୟଜୀବୀଙ୍କୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବା ପାଇଁ ସତର୍କ କରାଯାଇଛି। ଶନିବାର ଭବାନିପାଟଣାରେ ସର୍ବାଧିକ ୬୦.୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ନବରଙ୍ଗପୁରରେ ୨୮.୪, କୋରାପୁଟରେ ୨୨, ରାଉରକେଲାରେ ୧୯, ନୟାଗଡ଼ରେ ୧୫, ହୀରାକୁଦରେ ୧୨.୧, କଟକରେ ୧୨.୮, ଟିଟିଲାଗଡ଼ ୧୪.୨, ନୂଆପଡ଼ାରେ ୧୨.୪ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହାଛଡ଼ା ଭୁବନେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ମାଲକାନଗିରି, ସୋନପୁର, ଦାରିଙ୍ଗବାଡ଼ି, ବୌଦ୍ଧ, ରାୟଗଡ଼ା, ବରଗଡ଼, ଖୋର୍ଦ୍ଧାରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରବିବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଏବଂ ନବରଙ୍ଗପୁରକୁ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking