ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ମୌସୁମୀ ବିପଯ୍ୟୟ ତାଣ୍ଡବ ରଚିଛି । ସୋମବାର ରାତିରୁ ଏ ଯାଏଁ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ମଙ୍ଗଳବାର ଦିନ ରେଡ ଆଲର୍ଟ ଜାରି କରିଛି । ହରିୟାଣାରେ ପ୍ରବଳ ବର୍ଷା ଯୋଗୁଁ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଦିଲ୍ଲୀରେ କ୍ରୁତ୍ରିମ ବନ୍ୟା ଦେଖାଦେଇଛି । ଏନସିଆର ବ୍ୟତୀତ ହିମାଚଳ, ଉତ୍ତାରଖଣ୍ଡ, ଜମ୍ମୁକାଶ୍ମୀର, ରାଜସ୍ଥାନରେ ବର୍ଷା ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶ ପଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଲଗାତାର ବର୍ଷା କାରଣରୁ ଭୁସ୍ଖଳନ ହେଉଛି । ପାହାଡିଆ ଜାଗାରେ ରହୁଥିବା ଲୋକଙ୍କ ଅବସ୍ଥା ସଙ୍ଗୀନ ହୋଇପଡୁଛି । ଦକ୍ଷିଣ-ପୂର୍ବ, ମଧ୍ୟ, ଦକ୍ଷିଣ, ନୂଆଦିଲ୍ଲୀ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ଉତ୍ତର-ପଶ୍ଚିମ ଏବଂ ଉତ୍ତର ଦିଲ୍ଲୀରେ ବର୍ଷା ଏବଂ ଝଡ଼ବର୍ଷା ସହିତ ପ୍ରବଳ ପବନ ବହିବାର ପୂର୍ବାନୁମାନ ଜାରି କରାଯାଇଛି। ପାଣିପାଗ ବିଭାଗ ବର୍ଷା ସହିତ ଝଡ଼ବର୍ଷାର ସତର୍କତା ମଧ୍ୟ ଜାରି କରିଛି। ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। IMD ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛି। ଖୋଲା ପଡ଼ିଆରେ, ଗଛ କିମ୍ବା ବିଦ୍ୟୁତ୍ ଖୁଣ୍ଟ ତଳେ ଠିଆ ନ ହେବାକୁ ଏବଂ ଯାତ୍ରା ସମୟରେ ସତର୍କ ରହିବାକୁ ବିଭାଗ ପରାମର୍ଶ ଦେଇଛି।










