23.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଚମୋଲିରେ ବାଦଲଫଟା ବର୍ଷା: ୨ ନିଖୋଜ

ଚମୋଲିରେ ବାଦଲଫଟା ବର୍ଷା: ୨ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଥରାଲି ତହସିଲର ଏକ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ହୋଇଛି ।ବାଦଲ ଫଟା ବର୍ଷାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଅତି କମରେ ଦୁଇ ଜଣ ନିଖୋଜ ଅଛନ୍ତି ବୋଲି ଶନିବାର ଦିନ ଅଧିକାରୀମାନେ କହିଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀଙ୍କ ସୂଚନା ଅନୁଯାୟୀ, ବାଦଲ ଫଟା ବର୍ଷାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି, ଉପ-ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ସରକାରୀ ବାସଭବନ ସମେତ ଅନେକ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ସାଗୱାଡା ଗାଁର ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି, ଏବଂ ସନ୍ଧାନ ଅଭିଯାନ ଜାରି ରହିଛି। ପ୍ରଶାସନ, ପୋଲିସ ଏବଂ ଏସଡ଼ିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ଭୂସ୍ଖଳନ ଯୋଗୁଁ ଥରାଲି-ଗ୍ୱାଲଡମ୍ ଏବଂ ଥରାଲି-ସାଗୱାଡା ରାସ୍ତାଗୁଡ଼ିକ ବନ୍ଦ ହୋଇଯାଇଛି। ମେଘ ଫାଟିବା ପରେ, ଥରାଲି ତହସିଲର ସମସ୍ତ ସ୍କୁଲକୁ ମଧ୍ୟ ଦିନ ପାଇଁ ବନ୍ଦ କରିଦିଆଯାଇଛି।ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଟ୍ୱିଟ କରି କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ, ଚାମୋଲି ଜିଲ୍ଲାର ଥରାଲି ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିଲା ।”ଜିଲ୍ଲା ପ୍ରଶାସନ, SDRF ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking