24.1 C
Bhubaneswar
Thursday, January 15, 2026
Homeଓଡିଶାଲଘୁଚାପର ପ୍ରଭାବରେ ଆହୁରି ୪ ଦିନ ପ୍ରବଳ ବର୍ଷା!

ଲଘୁଚାପର ପ୍ରଭାବରେ ଆହୁରି ୪ ଦିନ ପ୍ରବଳ ବର୍ଷା!

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ପୂର୍ବ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ପୂର୍ବର ଲଘୁଚାପ ଆଜି ଅବପାତରେ ପରିଣତ ହେବ। ଏହା ଆସନ୍ତାକାଲି ଦକ୍ଷିଣ ଓଡି଼ଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ। ଦୁଇଟି ଯାକ ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆଜି ସକାଳୁ ରାଜଧାନୀ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିଛି। ସକାଳୁ କଳାହାଣ୍ଡିଆ ମେଘ ଦେଖାଦେଇଥିବା ବେଳେ ବୃଷ୍ଟିପାତ ଜାରି ରହିଛି। ଦୁଇଟି ଯାକ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking