26.1 C
Bhubaneswar
Wednesday, February 11, 2026
Homeଓଡିଶାପୁରୀରେ ପ୍ରବଳ ଭିଡ, ସତର୍କ କଲା ପୁଲିସ୍‌

ପୁରୀରେ ପ୍ରବଳ ଭିଡ, ସତର୍କ କଲା ପୁଲିସ୍‌

ପୁରୀ : ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ଐଶ୍ବର୍ଯ୍ୟ ପ୍ରିୟ ଦାରୁବ୍ରହ୍ମ ହୀରାନୀଳା ଓ ମୋତି ମାଣିକ୍ୟ ଖଚିତ ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। ଦାରୁବ୍ରହ୍ମଙ୍କ ବେଶ ମଧ୍ୟରେ ସୁନାବେଶ ସବୁଠାରୁ ଅଧିକ ମନ ମୁଗ୍ଧକର। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ରଥ ଉପରେ ସନ୍ଧ୍ୟା ଆଳତି ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ୫ଟାରେ ପ୍ରଭୁଙ୍କୁ ସୁନାବେଶ କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ବିଭିନ୍ନ ପ୍ରକାର ସୁନା ଅଳଙ୍କାର ବାହାର କରାଯାଇ ଶ୍ରୀଜୀଉଙ୍କୁ ବେଶ କରାଯିବ। ରଥ ଚତୁଃପାର୍ଶ୍ବରେ ପରିକ୍ରମା କରି ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ସୁଯୋଗ ପାଇବେ। ଏଥିପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ସମେତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତି ୧୧ଟାରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନାବେଶ ବାହାର କରାଯିବ। ଶ୍ରଦ୍ଧାଳୁ ରାତି ତମାମ ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking