26.1 C
Bhubaneswar
Saturday, March 29, 2025
Homeଓଡିଶାପ୍ରବଳ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବି

ପ୍ରବଳ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର :ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ଏନେଇ ଦିନ ୪ଟା ଯାଏଁ ଗୃହକୁ ମୁଲତବି କରିଲେ ବାଚସ୍ପତି ସୁରମା ପାଢୀ । ଅନ୍ୟପଟେ ଆଜି ସକାଳେ  ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା ।  ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ  ବଜାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ । ମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ    ସଂରକ୍ଷଣ ପାଇଁ ବିଜେଡି ଦାବି  କରିଛନ୍ତି । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking