ଭୁବନେଶ୍ୱର : ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି। ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି କରାଯାଇଛି। ସ୍କୁଲରେ ପାନୀୟ ବ୍ୟବସ୍ଥା, ପର୍ଯ୍ୟାପ୍ତ ଓଆରଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଟ୍ୱେଭ ସ୍ଥିତି ମୁକାବିଲା ଲାଗି ଆଗୁଆ ସତର୍କ ରହିବାକୁ ପରାମର୍ଶ। ରାଜ୍ୟର ସମସ୍ତ ସ୍କୁଲରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପସରେ ଥିବା ନଳକୂପର ମରାମତି ଆବଶ୍ୟକ ଥିଲେ ତୁରନ୍ତ କରିବାକୁ କୁହାଯାଇଛି। ଏହା ସହିତ ପର୍ଯ୍ୟାପ୍ତ ଙଜଝ ପ୍ୟାକେଟ୍ ରଖିବା, ଆଉଟ୍ଡୋର୍ ଗତିବିଧି ଉପରେ କଟକଣା ଲଗାଇବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମପ୍ରବାହ ଟିପ୍ସ ଦେବାକୁ ମଧ୍ୟ ଚିଠିରେ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ବିଭିନ୍ନ ସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ନେଇ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାନୀୟ ଜଳର ଉପଲବ୍ଧତା ରହିବା ଆବଶ୍ୟକ। ଆବଶ୍ୟକସ୍ଥଳେ ବିଦ୍ୟାଳୟ ପରିସରରେ ଥିବା କୂପ ନଳକୂଅ ଗୁଡିକ ମରାମତି କରିବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।
ପର୍ଯ୍ୟାପ୍ତ ପରିମାଣରେ ଓଆର୍ଏସ୍ ପ୍ୟାକେଟ୍ ବିଦ୍ୟାଳୟରେ ରଖିବା ଆବଶ୍ୟକ। ଯାହା ତୁରନ୍ତ ଜରୁରୀକାଳୀନ ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲର କର୍ମଚାରୀଙ୍କୁ ପ୍ରଦାନ କରାଯିବ। ବାହ୍ୟ କାର୍ଯ୍ୟକଳାପକୁ ସୀମିତ ରଖିବା ପାଇଁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଖରା ସମୟରେ ପିଲାମାନଙ୍କୁ ବାହାରେ ଖେଳକୁଦ କରିବାକୁ ବାରଣ କରାଯାଇଛି। ବିଦ୍ୟାଳୟ ବା କଲେଜ ଯିବାବେଳେ ପିଲାମାନଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକମାନଙ୍କୁ କୁହାଯାଇଛି। ଏନେଇ ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହିଟୱେଭ ସତର୍କତା ଟିପ୍ସ ଦେବା ସହିତ ସଚେତନତା କରାଇବାକୁ କୁହାଯାଇଛି। ମେଡିସିନ, ସାଲାଇନ୍, ଙଜଝ ଗଚ୍ଛିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଡାକ୍ତରଖାନାରେ ସନଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରଣ ୱାର୍ଡ / ବେଡ୍ କରାଯିବ। ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଓଆରଏସ ଗଚ୍ଛିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସନଷ୍ଟ୍ରୋକକୁ ନେଇ ଯଦି କାଜୁଆଲିଟି ବିଷୟରେ କୌଣସି ସୂଚନା ଗ୍ରହଣ କରାଯାଏ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଏ ତେବେ ତୁରନ୍ତ ଏ ଦିଗରେ ତଦନ୍ତ କରିବା ପାଇଁ କୁହାଯାଇଛି।










