ଭୁବନେଶ୍ବର: ଦିନ ୨ ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ଝାରସୁଗୁଡା । ଝାରସୁଗୁଡାରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ । ରାଉରକେଲାରେ ୩୯.୮, ସମ୍ବଲପୁରରେ ୩୯ ଡିଗ୍ରୀ,ହୀରୀକୁଦରେ ୩୮.୪, କେନ୍ଦୁଝରରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ ରହିଛି । ରାଜ୍ୟରେ ଆହୁରି ୪ଦିନ ଅସ୍ତବ୍ୟସ୍ତ କରିବ ତାତି । ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମପ୍ରବାହ । ୪୩ ଡିଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା । ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାକୁ ରେଡ ଆଲର୍ଟ । ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ । ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ବି ରେଡ୍ ଆଲର୍ଟ ଜାରି । ଅନୁଗୁଳ, ବଲାଙ୍ଗୀର ଓ ସୁନ୍ଦରଗଡକୁ ଅରେଞ୍ଜ ଆଲର୍ଟ । ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଗଜପତିକୁ ୟେଲୋ ୱାର୍ଣ୍ଣିଂ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡାକୁ ୟେଲୋ ୱାର୍ଣ୍ଣିଂ । ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡକୁ ୟେଲୋ ୱାର୍ଣ୍ଣିଂ । ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ରାଜ୍ୟରେ ୪ ଦିନ ପରେ କମିବ ତାପମାତ୍ରା । ୨୦ତାରିଖ ବେଳକୁ କମିବ ତାପମାତ୍ରା । ୨ରୁ ୪ ଡିଗ୍ରୀ ତାପମାତ୍ରା କମିବାର ସସମ୍ଭାବନା । ୩ ଦିନ ପରେ କିଛି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ । ବିଜୁଳି ଘଡଘଡି ସହ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ।