31.1 C
Bhubaneswar
Wednesday, February 11, 2026
Homeଓଡିଶାସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇର ମୃତ୍ୟୁ

ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇର ମୃତ୍ୟୁ

ମୟୁରଭଞ୍ଜ: ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇ ବି ଆଖି ବୁଜିଦେଲେ । ଏଭଳି ଦୁଃଖଦ ଘଟଣା ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧିବଳଦିଆ ଗ୍ରାମରେ ଘଟିଛି । ଗ୍ରାମର ଲସ ଟୁଡୁଙ୍କ ସାନ ପୁଅ ଲୁକାଇଙ୍କ ଟୁଡୁ ଗତକାଲି ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରେ ନୂଆ ଗାଁ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଲୁକାଇଙ୍କ ମୃତ୍ୟୁ ଖବର ଶୁଣି ବଡ ଭାଇ ପାଲୁ ଟୁଡୁ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡିଥିଲେ । ଏବଂ ହୃଦଘାତରେ ପାଲୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking